ମୁଖ୍ୟ ଖବର
ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ପ୍ରଥମ ପର୍ୟ୍ୟାୟ ବିଧାନସଭା ନିର୍ବାଚନ ଚାଲିଛି। ଏହି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃଣମୂଳ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। କୃଷ୍ଣାନଗରରେ ନିର୍ବାଚନ ପ୍ରଚାର ସମୟରେ ରାଲିରେ ସମ୍ବୋଧନ କରି ପିଏମ୍ ମୋଦି ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ, ଝାଲମୁଢି ମୁଁ ଖାଇଲି ହେଲେ ରାଗ ଟିଏମସିକୁ ଲାଗିଲା। ପଶ୍ଚିମବଙ୍ଗରେ ଏଥର ପଦ୍ମ ଫୁଟିବ। ମେ ୪ରେ ବିଜେପି ଏଠାରେ ସେଲିବ୍ରେସନ୍ କରିବ। ମିଠା ଏବଂ ଝାଲମୁଢି ବଣ୍ଟା ହେବ। ଏହି ସମୟରେ ତାତ୍ସଲ୍ୟ କରି ମୋଦି କହିଛନ୍ତି ଯେ, ମୁଁ ଶୁଣିଛି ଝାଲମୁଢି କିଛି ଜଣଙ୍କୁ ଜୋରଦାର୍ ଝଟକା ଦେଇଛି।
ସୂଚନା ଥାଉକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର କରୁଥିଲେ। ଏହି ସମୟରେ ସେ ଏକ ଲୋକାଲ୍ ଦୋକାନରୁ ଝାଲମୁଢି କିଣି ଖାଇଥିଲେ। ଏହି ଘଟଣା ବେଳର ଭିଡିଓ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରିଥିଲେ। ଯାହାକି ଖୁବ୍ ଭାଇରାଲ୍ ହୋଇଥିଲା। ଇନଷ୍ଟାଗ୍ରାମରେ ୨୪ ଘଣ୍ଟା ଭିତରେ ଏହାକୁ ୧୦ କୋଟି ଏବଂ ଫେସବୁକରେ ୯ କୋଟି ଭ୍ୟୁଜ୍ ମିଳିଥିଲା। ଏହାପରେ ପଶ୍ଚିମବଙ୍ଗ ରାଜନୀତିରେ ଜୋରଦାର୍ ଚର୍ଚ୍ଚା ହୋଇଥିଲା। ମମତା ବାନାର୍ଜୀ ମଧ୍ୟ ଏହାକୁ ନେଇ ମୋଦିଙ୍କୁ ଟାର୍ଗେଟ୍ କରିଥିଲେ। ଏବେ କୃଷ୍ଣାନଗରରେ ରାଲି କରୁଥିବା ସମୟରେ ମୋଦି ଏହି ବିଷୟରେ ଟିପ୍ପଣୀ ଦେଇଛନ୍ତି।
Comments ସମସ୍ତ ମତାମତ