ମୁଖ୍ୟ ଖବର
ନୂଆଦିଲ୍ଲୀ : ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ କାଟ୍ ଖାଇଲା । ଶୁକ୍ରବାର ଭୋଟ୍ ହୋଇ ଫେଲ୍ ମାରିଥିବାବେଳେ ଶନିବାର ଦେଶବାସୀଙ୍କୁ ସମ୍ବୋଧନ କରି ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିରୋଧୀ ମହିଳା ଆରକ୍ଷଣ ବିଲକୁ ବିରୋଧ କରି ବିରୋଧୀମାନେ ପାପ କରିଛନ୍ତି । ବିରୋଧୀମାନେ ନାରୀଙ୍କ ସ୍ବପ୍ନକୁ ପୂରଣ ହେବାକୁ ଦେଲେନାହିଁ । ରାଜନୈତିକ ସ୍ବାର୍ଥ ପାଇଁ ମହିଳାଙ୍କ କ୍ଷତି ହେଲା । ବିରୋଧୀମାନେ ଯେଉଁ ପାପ କରିଛନ୍ତି ପରିଣାମ ମିଳିବ ।
ପ୍ରଧାନମନ୍ତ୍ରୀ କହିଥିଲେ, "ଆମ ପାଇଁ, ଜାତୀୟ ସ୍ୱାର୍ଥ ସର୍ବୋପରି। କିନ୍ତୁ, ଯେତେବେଳେ ଦଳୀୟ ସ୍ୱାର୍ଥ କିଛି ଲୋକଙ୍କ ପାଇଁ ସବୁକିଛି ହୋଇଯାଏ, ଯେତେବେଳେ ଦଳୀୟ ସ୍ୱାର୍ଥ ଜାତୀୟ ସ୍ୱାର୍ଥ ଅପେକ୍ଷା ବଡ଼ ହୋଇଯାଏ, ସେତେବେଳେ ମହିଳା ଏବଂ ଦେଶକୁ ଏହାର କ୍ଷତି ସହିବାକୁ ପଡ଼ିଥାଏ। ଏଥର ମଧ୍ୟ ଏହା ଘଟିଛି। କଂଗ୍ରେସ, ଡିଏମକେ, ଟିଏମସି ଏବଂ ସମାଜବାଦୀ ପାର୍ଟି ଭଳି ଦଳଗୁଡ଼ିକର ସ୍ୱାର୍ଥପର ରାଜନୀତିର କ୍ଷତି ଦେଶର ମହିଳାମାନଙ୍କୁ ସହିବାକୁ ପଡ଼ିଛି।" କଂଗ୍ରେସ, ସମାଜବାଦୀ ପାର୍ଟିକୁ କ୍ଷମା କରିବେନି ଲୋକେ ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ମହିଳାମାନେ ସବୁକିଛି ଭୁଲିଯାଆନ୍ତି କିନ୍ତୁ ନିଜର ଅପମାନକୁ କେବେ ଭୁଲନ୍ତି ନାହିଁ। ତେଣୁ, ସଂସଦରେ କଂଗ୍ରେସ ଏବଂ ଏହାର ସହଯୋଗୀଙ୍କ ଆଚରଣର ଯନ୍ତ୍ରଣା ସର୍ବଦା ପ୍ରତ୍ୟେକ ମହିଳାଙ୍କ ହୃଦୟରେ ରହିବ। ସମାଜବାଦୀ ପାର୍ଟି କ'ଣ କରିଛି ତାହା ମହିଳାମାନେ କେବେ ଭୁଲିପାରିବେ ନାହିଁ।" "ମୁଁ ଆଶା କରିଥିଲି ଯେ କଂଗ୍ରେସ ତା'ର ଅତୀତର ଭୁଲ ସଂଶୋଧନ କରିବ ଏବଂ ତା'ର ପାପର ପ୍ରାୟଶ୍ଚିତ କରିବ, କିନ୍ତୁ ସେ ଏହି ସୁଯୋଗ ହାତଛଡ଼ା କରିଛି। ଏକ ପରଜୀବୀ ପରି, କଂଗ୍ରେସ ଆଞ୍ଚଳିକ ଦଳଗୁଡ଼ିକର ପିଠିରେ ଚଢ଼ି ବଞ୍ଚିବାକୁ ଚେଷ୍ଟା କରୁଛି।"
Comments ସମସ୍ତ ମତାମତ