Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ରାଷ୍ଟ୍ର ନିର୍ମାଣରେ ବାବା ସାହେବଙ୍କ ଉଦ୍ୟମ ପ୍ରେରଣାଦାୟକ: ପ୍ରଧାନମନ୍ତ୍ରୀ

    Share on :
    ajab-Image
    Date: Apr 14, 2026    Views: 3736

    ନୂଆଦିଲ୍ଲୀ: ଆଜି ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମବାର୍ଷିକୀ । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,  ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖଡଗେ ଏବଂ ଅନ୍ୟ ସାଂସଦମାନେ ସଂସଦ ପରିସରରେ ଥିବା ବି.ଆର. ଆମ୍ବେଦକରଙ୍କ ପ୍ରେରଣା ସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

    ସେପଟେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସ ରେ ଏକ ପୋଷ୍ଟରେ ଲେଖିଛନ୍ତି, ବାବାସାହେବ ଡକ୍ଟର ଆମ୍ବେଦକରଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି। ରାଷ୍ଟ୍ର ନିର୍ମାଣରେ ତାଙ୍କର ପ୍ରୟାସ ଗଭୀର ଭାବରେ ପ୍ରେରଣାଦାୟକ। ତାଙ୍କ ଜୀବନ ଏବଂ କାର୍ୟ୍ୟ ପିଢ଼ିକୁ ଏକ ନ୍ୟାୟପୂର୍ଣ୍ଣ ଏବଂ ପ୍ରଗତିଶୀଳ ସମାଜ ଗଠନ ପାଇଁ ପ୍ରେରଣା ଦେଇ ଚାଲିବ।

     

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ୱିଟରରେ ପୋଷ୍ଟ କରି କହିଛନ୍ତି ପୋଷ୍ଟ ଭାରତୀୟ ସମ୍ବିଧାନର ମୁଖ୍ୟ ନିର୍ମାତା ଏବଂ ମହାନ ସମାଜ ସଂସ୍କାରକ ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଜନ୍ମବାର୍ଷିକୀ ଅବସରରେ, ମୁଁ ତାଙ୍କୁ ସାଦର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ବାବାସାହେବ ଜଣେ ଆଇନବିତ୍, ଅର୍ଥନୀତିଜ୍ଞ,  ଆଇନ ବିଦ୍ୱାନ ଏବଂ ଏକ ସମାନତାବାଦୀ ସାମାଜିକ ବ୍ୟବସ୍ଥାର ଜଣେ ଦୃଢ଼ ପ୍ରବକ୍ତା ଥିଲେ।

    ସେ କେବଳ ଅସମାନତା ଦୂର କରିବାର ପଥ ଦେଖାଇ ନଥିଲେ ବରଂ ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସାମ୍ବିଧାନିକ ଅଧିକାରକୁ ସୁଦୃଢ଼ ​​କରିବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଡକ୍ଟର ଆମ୍ବେଦକର ମହିଳା ଶିକ୍ଷା ଏବଂ ସେମାନଙ୍କର ଅଧିକାରକୁ ପ୍ରାଥମିକତା ଦେଇଥିଲେ। ତାଙ୍କର ବହୁମୁଖୀ ଅବଦାନ ଭବିଷ୍ୟତ ପିଢ଼ିକୁ ଦେଶର ସେବା ଏବଂ ବିକାଶରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ପ୍ରେରଣା ଯୋଗାଇବ। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook