ମୁଖ୍ୟ ଖବର
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବାହାରିନର ଶାହ ହମଦ ବିନ ଇସା ଅଲ୍ ଖଲିଫାଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ଉଭୟ ପଶ୍ଚିମ ଏସିଆର ବର୍ତ୍ତମାନର ସ୍ଥିତି ଉପରେ ଆଲୋଚନା କରିଥିଲେ ଏବଂ ଏହି ଅଞ୍ଚଳରେ ଶକ୍ତି ଓ ବେସାମରିକ ଭିତ୍ତିଭୂମି ଉପରେ ଆକ୍ରମଣକୁ ନିନ୍ଦା କରିଥିଲେ। ବାହାରିନ ଶାସକଙ୍କ ସହ ଟେଲିଫୋନରେ କଥାବାର୍ତ୍ତା ସମୟରେ, ପ୍ରଧାନମନ୍ତ୍ରୀ ନୌଚାଳନାର ସ୍ୱାଧୀନତା ସୁନିଶ୍ଚିତ କରିବା ଏବଂ ଜାହାଜ ଚଳାଚଳ ପଥଗୁଡ଼ିକୁ ଖୋଲା ଏବଂ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ।
ମୋଦି କହିଛନ୍ତି - ବାହାରିନର ରାଜା ହମାଦ ବିନ୍ ଇସା ଅଲ୍ ଖଲିଫାଙ୍କ ସହ ତାଙ୍କର ଫଳପ୍ରଦ ଆଲୋଚନା ହୋଇଛି। ମୁଁ ତାଙ୍କୁ ଏବଂ ବାହାରିନର ଲୋକମାନଙ୍କୁ ଇଦ୍ ଅଲ୍-ଫିତରରେ ମୋର ହୃଦୟର ଶୁଭେଚ୍ଛା ଜଣାଇଲି। ଏକ୍ସରେ ଏକ ପୋଷ୍ଟରେ ମୋଦି କହିଛନ୍ତି ଯେ, ଆମେ ପଶ୍ଚିମ ଏସୀୟ କ୍ଷେତ୍ରର ବର୍ତ୍ତମାନର ପରିସ୍ଥିତି ଉପରେ ଆଲୋଚନା କରିଛୁ। ଆମେ ଏହି ଅଞ୍ଚଳରେ ଶକ୍ତି ଏବଂ ନାଗରିକ ଭିତ୍ତିଭୂମି ଉପରେ ଆକ୍ରମଣକୁ ନିନ୍ଦ କରିଛୁ ଏବଂ ବିଶ୍ୱ ଖାଦ୍ୟ, ଇନ୍ଧନ ଏବଂ ସାର ସୁରକ୍ଷା ଉପରେ ଏହାର ପ୍ରତିକୂଳ ପ୍ରଭାବକୁ ରେଖାଙ୍କିତ କରିଛୁ।
ପ୍ରଧାନମନ୍ତ୍ରୀ ବାହାରିନରେ ଭାରତୀୟ ସଂପ୍ରଦାୟର ଉତ୍ତମ ବାତାବରଣକୁ ନେଇ ନିରନ୍ତର ସମର୍ଥନ ପାଇଁ ଧନ୍ୟବାଦ ମଧ୍ୟ ଦେଇଛନ୍ତି। ଆମେରିକା ଓ ଇସ୍ରାଏଲ ଦ୍ୱାରା ୨୮ ଫେବ୍ରୁଆରୀରେ ଇରାନ ଉପରେ ଆକ୍ରମଣ ପରେ, ଏହା ମୋଦିଙ୍କ ବାହାରିନର ଶାସକଙ୍କ ସହ କଥା ହେବାର ଦ୍ୱିତୀୟ ଥର ଥିଲା।
Comments ସମସ୍ତ ମତାମତ