Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

    Share on :
    ajab-Image
    Date: Mar 13, 2026    Views: 2400

    ନୂଆଦିଲ୍ଲୀ: ଆମେରିକା-ଇସ୍ରାଏଲ-ଇରାନ ମଧ୍ଯରେ ଲାଗି ରହିଥିବା ଯୁଦ୍ଧ ଶୁକ୍ରବାର 14 ଦିନରେ ପହଞ୍ଚିଛି । ଦିନକୁ ଦିନ ଯୁଦ୍ଧ ଘନେଇବାରେ ଲାଗିଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧରେ ଅନେକ ଭାରତୀୟ ଫସି ରହିଛନ୍ତି । ତେବେ ଯୁଦ୍ଧ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଇରାନର ରାଷ୍ଟ୍ରପତି ମସୁଦ ପେଜେଶକିୟାନଙ୍କ ସହିତ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି । ଉଭୟଙ୍କ ମଧ୍ୟରେ ପଶ୍ଚିମ ଏସିଆରେ ବଢୁଥିବା ଅଶାନ୍ତ ପରିସ୍ଥିତି ଉପରେ ଆଲୋଚନା ହୋଇଥିଲା । ଏହି ଯୁଦ୍ଧରେ ପ୍ରଭାବିତ ସାଧାରଣ ନାଗରିକ ଓ ଅନେକ ନୀରିହ ବ୍ୟକ୍ତିଙ୍କ ମୃତ୍ୟୁ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ଇରାନରେ ଥିବା ଭାରତୀୟଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇଛନ୍ତି ।
    ପ୍ରଧାନମନ୍ତ୍ରୀ ମୋଦି ଇରାନ ରାଷ୍ଟ୍ରପତିଙ୍କୁ କହିଛନ୍ତି ଯେ, ଭାରତୀୟ ନାଗରିକଙ୍କ ସୁରକ୍ଷା, ସାମଗ୍ରୀ ଏବଂ ଶକ୍ତିର ନିରବଚ୍ଛିନ୍ନ ପରିବହନର ଆବଶ୍ୟକତା ଭାରତର ସର୍ବାଧିକ ପ୍ରାଥମିକତା । ଏନେଇ ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦି ନିଜ X ପୋଷ୍ଟରେ ଲେଖିଛନ୍ତି, "ଏହି ଅଞ୍ଚଳର ଗମ୍ଭୀର ପରିସ୍ଥିତି ବିଷୟରେ ଇରାନ ରାଷ୍ଟ୍ରପତି ଡକ୍ଟର ମାସୁଦ ପେଜେଶକିୟାନଙ୍କ ସହ କଥା ହୋଇଛି । ବଢ଼ୁଥିବା ଉତ୍ତେଜନା, ସାଧାରଣ ଲୋକଙ୍କ ଜୀବନହାନି ଏବଂ ସାଧାରଣ ଭିତ୍ତିଭୂମିର କ୍ଷତି ଉପରେ ଗଭୀର ଚିନ୍ତା ପ୍ରକାଶ କରିଛି ।"
    ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଶାନ୍ତି ଏବଂ ସ୍ଥିରତା ପ୍ରତିଭାରତର ପ୍ରତିବଦ୍ଧତାକୁ ଗୁରୁତ୍ବ ଦୋଇଥିଲେ । ଏପରି ସଙ୍କଟର ସମାଧାନ ପାଇଁ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମାଧାନ ପାଇଁ କହିଛନ୍ତି । ଏକ ଆଧିକାରିକ ବୟାନ ଅନୁଯାୟୀ, ଇରାନ ରାଷ୍ଟ୍ରପତି ମସୁଦ ପେଜେଶକିୟାନ ନରେନ୍ଦ୍ର ମୋଦିଙ୍କୁ ଇରାନର ବର୍ତ୍ତମାନ ପରିସ୍ଥିତି ବିଷୟରେ ସୂଚନା ଦେଇଥିଲେ । ଏହି କ୍ଷେତ୍ରରେ ହେଉଥିବା ପରିବର୍ତ୍ତନ ଉପରେ ନିଜର ଦୃଷ୍ଟିକୋଣ ଜାହିର କରିଥିଲେ । ଏହା ପରେ ଦୁଇ ନେତା ପରସ୍ପର ସହିତ ସମ୍ପର୍କରେ ରହିବା ପାଇଁ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook