Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପ୍ରଥମ ବିଶ୍ୱନେତା ଭାବେ ରଚିଲେ ଇତିହାସ: ଇନଷ୍ଟାଗ୍ରାମରେ ୧୦୦ ମିଲିୟନ ଛୁଇଁଲା ଫଲୋଅର୍ସ ସଂଖ୍ୟା

    Share on :
    ajab-Image
    Date: Feb 26, 2026    Views: 2998

    ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ ମୋଦିଙ୍କ ରେକର୍ଡ । ୧୦୦ ମିଲିୟନ ଛୁଇଁଲା ଫଲୋଅର୍ସ ସଂଖ୍ୟା। ପ୍ରଥମ ବିଶ୍ୱନେତା ଭାବେ ରଚିଲେ ଇତିହାସ । ଇନଷ୍ଟାରେ ସବୁଠୁ ଲୋକପ୍ରିୟ ନେତା ଭାବେ ସେ ରେକର୍ଡ କରିଛନ୍ତି ।ପଛରେ ପଡିଗଲେ ବିଶ୍ୱର ଟପ୍ ନେତା ।ଗତ ୧୨ ବର୍ଷ ହେଲା ତାଙ୍କ ପ୍ରୋଫାଇଲ୍ ଏବଂ ଆକାଉଣ୍ଟ ବିଶ୍ୱରେ ଏକ ସବୁଠୁ ଏନଗେଜିଂ ଆକାଉଣ୍ଟ ଭାବେ ପ୍ରତିଷ୍ଠା ଅର୍ଜନ କରିଛି । ୨୦୧୪ରେ ପ୍ରଧାନମନ୍ତ୍ରୀ ଇନଷ୍ଟାଗ୍ରାମରେ ଯୋଗ ଦେଇଥିଲେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଠୁ ମୋଦିଙ୍କ ଦୁଇଗୁଣା ଅଧିକ ଫଲୋଅର୍ସ ଅଛନ୍ତି । ବିଶ୍ୱର ଟପ୍ ୫ ବଡ ନେତାଙ୍କ ଇନଷ୍ଟା ଫଲୋଅର୍ସଙ୍କ ସଂଖ୍ୟା ଠାରୁ ଅଧିକ ମୋଦିଙ୍କ ଫଲୋଅର୍ସ।

    ସେହିପରି ଫଲୋଅର୍ସ ତାଲିକାରେ ଡୋନାଲ୍ଡ ଟ୍ରମ୍ପ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତାଙ୍କର ମୋଟ୍ ଫଲୋଅର୍ସ ହେଲେ ୪୩.୨ ମିଲିୟନ । ସେହିପରି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରାବୋଓ୍ୱୋ ସୁବାୟାନଟୋଙ୍କ ଫଲୋଅର୍ସ ସଂଖ୍ୟା ୧୫ ମିଲିୟନ। ବ୍ରାଜିଲ ରାଷ୍ଟ୍ରପତିଙ୍କ ଫଲୋଅର୍ସ ସଂଖ୍ୟା ୧୪.୪ ମିଲିୟନ ହୋଇଥିବା ବେଳେ ତୁର୍କୀ ରାଷ୍ଟ୍ରପତି ତେୟିପ୍ ଏଡ୍ରୋଗାନଙ୍କ ଫଲୋଅର୍ସ ସଂଖ୍ୟା ୧୧.୬ ମିଲିୟନ। ଏତଦ୍ ବ୍ୟତୀତ ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିଏର୍ ମିଲେଇଙ୍କ ମୋଟ୍ ୬.୪ ମିଲିୟନ ଫଲୋଅର୍ସ ରହିଛନ୍ତି । ଭାରତରେ ମଧ୍ୟ ମୋଦିଙ୍କ ଫଲୋଅର୍ସ ଏବଂ ଅନ୍ୟ ନେତାଙ୍କ ଫଲୋଅର୍ସ ଅନେକ ଫରକ ରହିଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook