Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଜି ସଂସଦରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ

    Share on :
    ajab-Image
    Date: Feb 5, 2026    Views: 3096

    ନୂଆଦିଲ୍ଲୀ: ସଂସଦ ବଜେଟ୍‌ ଅଧିବେଶନର ଷଷ୍ଠ ଦିନରେ ଲୋକସଭାକୁ ବାରମ୍ବାର ମୁଲତବୀ ହୋଇଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟମାନେ ଗୃହରେ ହୋହଲ୍ଲା କରିଥିଲେ। ବୁଧବାର ଅପରାହ୍ଣ ୫ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ କହିବାକୁ ଥିଲା। ମାତ୍ର ବିରୋଧୀ ମହିଳା ସାସଂଦମାନେ ତାଙ୍କ ଆସନକୁ ଘେରି ରହିଥିବାରୁ ବାଧ୍ୟହୋଇ ଗୃହକୁ ବାଚସ୍ପତି ଆଜି ଯାଏ ମୁଲତବୀ କରିଛନ୍ତି। ଫଳରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଆଜି ଅଟକିଛି। ଆଜି ପ୍ରଧାନମନ୍ତ୍ରୀ ରାଜ୍ୟସଭାରେ ଅଭିଭାଷଣ ରଖିପାରନ୍ତି ବୋଲି ସୂଚନା ମିଳିଛି। ଗତକାଲି ପ୍ରଧାନମନ୍ତ୍ରୀ ଧନ୍ୟବାଦ ପ୍ରସ୍ତାବ ଉପରେ କହିବାକୁ ଯାଉଥିବା ଜାଣିବା ପରେ ବିରୋଧୀ ମହିଳା ସାଂସଦମାନେ ତାଙ୍କ ଆସନକୁ ଘେରି ରହିଥିଲେ। ମହିଳା ସାଂସଦମାନେ ପ୍ରଧାନମନ୍ତ୍ରୀଙ୍କ ଆସନ ନିକଟରୁ ନ ହଟିବାରୁ ସେ କହିବାକୁ ଆସି ନଥିଲେ। ପରେ ଗୃହକୁ ମୁଲତବୀ ରଖାଯାଇଥିଲା। ବୁଧବାର ଗୃହକାର୍ୟ୍ୟ ଆରମ୍ଭ ମାତ୍ରେ ବିରୋଧୀ ସଦସ୍ୟମାନେ ୮ ସାଂସଦଙ୍କ ନିଲମ୍ବନକୁ ବିରୋଧ କରି ହୋହଲ୍ଲା କରିଥିଲେ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଥିଲେ ଯେ ସରକାର ଜାତୀୟ ସୁରକ୍ଷା ସମ୍ପର୍କିତ ପ୍ରସଙ୍ଗର ଯାଞ୍ଚକୁ ଏଡାଇ ଯିବାକୁ ଚେଷ୍ଟା କରୁଛନ୍ତି। ରାହୁଲ ପୂର୍ବତନ ସେନାମୁଖ୍ୟ ଜେନେରାଲ ଏମଏମ୍ ନରବଣେଙ୍କ ଅପ୍ରକାଶିତ ଆତ୍ମଜୀବନୀ ‘ଫୋର ଷ୍ଟାର୍‌ସ ଅଫ ଡେଷ୍ଟିନି’ର ଉଦ୍ଧୃତାଂଶକୁ ପାଠ କରିବାକୁ ଚେଷ୍ଟା କରିଥିବାବେଳେ ତାଙ୍କୁ ବାରମ୍ବାର ରୋକାଯାଇଥିଲା। ରାହୁଲ କହିଛନ୍ତି ଯେ ସେ ଏହି ପୁସ୍ତକର ଗୋଟିଏ କପି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଦାନ କରିବେ। ରାହୁଲ କହିଛନ୍ତି ଯେ ଦେଶ ସଂକଟରେ ପଡିଥିବାବେଳେ ସରକାର ସେନାକୁ ଏକୁଟିଆ ଛାଡିଦେଇଥିଲେ।
    ଲୋକସଭାରୁ ୮ କଂଗ୍ରେସ ସଦସ୍ୟଙ୍କ ନିଲମ୍ବନକୁ ବିରୋଧ କରି ବିରୋଧୀ ସଦସ୍ୟମାନେ ବୁଧବାର ସଂସଦର ମକର ଦ୍ବାର ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ସଂସଦ ଭବନ ମଧ୍ୟକୁ ପ୍ରବେଶ କରୁଥିବା ବିଜେପିର ରାଜ୍ୟସଭା ସାଂସଦ ତଥା ମନ୍ତ୍ରୀ ରଣବୀର ସିଂହ ବିଟ୍ଟୁଙ୍କୁ ରାହୁଲ ଗାନ୍ଧୀ ବିଶ୍ବାସଘାତକ ବୋଲି କହିଥିଲେ। ଜବାବରେ ରାହୁଲଙ୍କୁ ଦେଶର ଶତ୍ରୁ ବୋଲି ବିଟ୍ଟୁ କହିଥିଲେ। ଲୋକସଭାରୁ ମଙ୍ଗଳବାର ନିଲମ୍ବିତ ହୋଇଥିବା ୮ ସାଂସଦଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ପଞ୍ଜାବର। ନିଲମ୍ବିତ ସାଂସଦମାନଙ୍କ ସହିତ ରାହୁଲ ଓ ଅନ୍ୟ ବିରୋଧୀ ସଦସ୍ୟମାନେ ମକର ଦ୍ବାର ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ମନ୍ତ୍ରୀ ବିଟ୍ଟୁ ଯାଉଥିଲେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook