Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୬ରେ ‘ପରୀକ୍ଷା ପେ ଚର୍ଚ୍ଚା’ର ୯ମ ସଂସ୍କରଣ

    Share on :
    ajab-Image
    Date: Feb 4, 2026    Views: 2610

    ନୂଆଦିଲ୍ଲୀ:  ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଚାପରୁ ବାହାର କରିବା ଏବଂ ସେମାନଙ୍କୁ ସକାରାତ୍ମକ ବିଚାର ସହ ଆଗକୁ ବଢ଼ିବା ଲାଗି ପ୍ରେରିତ କରିବା ଲାଗି ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ କାର୍ୟ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’(ପିପିସି)ର ୯ମ ସଂସ୍କରଣ ଆସୁଛି । ଆସନ୍ତା ୬ ତାରିଖ ସକାଳ ୧୦ଟାରେ ସାରା ଦେଶର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ସହ ମୋଦି ସିଧାସଳଖ ଆଲୋଚନା କରିବେ । ଏ ନେଇ ମୋଦି ତାଙ୍କ ଏକ୍ସ ଆକାଉଣ୍ଟ ଜରିଆରେ ସୂଚନା ଦେଇଛନ୍ତି ।

    ମୋଦି ଲେଖିଛନ୍ତି, ‘ପରୀକ୍ଷା ପାଖେଇ ଆସୁଥିବାବେଳେ ପରୀକ୍ଷା ପେ ଚର୍ଚ୍ଚା ବି ପୁଣି ଫେରିଛି । ଏଥର ଦେବମୋଗ୍ରା, କୋଏମ୍ବାଟୁର, ରାୟପୁର, ଗୌହାଟୀ ଏବଂ ଦିଲ୍ଲୀ ସ୍ଥିତ ୭, ଲୋକ କଲ୍ୟାଣ ମାର୍ଗରେ ପରୀକ୍ଷା ଯୋଦ୍ଧାଙ୍କ ସହ ଆଲୋଚନା ହୋଇଥିଲା । ନିଜ ଯୁବ ସାଥୀଙ୍କ ସହ ସିଧାସଳଖ ଆଲୋଚନା କରିବା ଏବଂ ଚିନ୍ତାମୁକ୍ତ ପରୀକ୍ଷା ଓ ଅନ୍ୟ ପ୍ରସଙ୍ଗ ଉପରେ ଚର୍ଚ୍ଚା ବେଶ୍‌ ଭଲ ଲାଗେ । ଫେବ୍ରୁଆରୀ ୬ରେ ପିପିସି ଏପିସୋଡ୍‌ ଦେଖନ୍ତୁ ।’  ଏହି କାର୍ୟ୍ୟକ୍ରମକୁ ଡିଡି ନ୍ୟାସନାଲ, ଡିଡି ନ୍ୟୁଜ୍‌ ଏବଂ ଡିଡି ଇଣ୍ଡିଆ ଚ୍ୟାନେଲ ସହ ଅଲ୍‌ ଇଣ୍ଡିଆ ରେଡିଓରେ ସିଧା ପ୍ରସାରଣ କରାଯିବ । ଏହା ବ୍ୟତୀତ ଶିକ୍ଷା ମନ୍ତ୍ରଣାଳୟର ୟୁଟ୍ୟୁବ ଚ୍ୟାନେଲ, ଫେସ୍‌ବୁକ୍‌ ଲାଇଭ ଏବଂ ମାଇଗଭ୍‌ଡଟ୍‌ଇନ୍‌ ପୋର୍ଟାଲରେ ବି ପିଲାମାନେ ଅନ୍‌ଲାଇନ ଏହାକୁ ଦେଖିପାରିବେ । ଏଥିସହ କେତେକ ଘରୋଇ ଚ୍ୟାନେଲ ମଧ୍ୟ କାର୍ୟ୍ୟକ୍ରମ ପ୍ରସାରଣ କରିବେ । ଚଳିତ ବର୍ଷ ପିପିସି ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି । ଏଥିରେ ଭାଗ ନେବାକୁ ୬.୬୭ କୋଟି ଜଣ ନାଁ ପଞ୍ଜୀକରଣ କରିଥିବାବେଳେ ସେମାନଙ୍କ ମଧ୍ୟରେ ୪.୫ କୋଟିରୁ ଅଧିକ ଛାତ୍ରଛାତ୍ରୀ ରହିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook