Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମୁଁ ଆଜି ବି କାର୍ୟ୍ୟକର୍ତ୍ତା, ନୀତିନ ନବୀନ ମୋ ବସ୍‌- ମୋଦୀ

    Share on :
    ajab-Image
    Date: Jan 20, 2026    Views: 2242

    ନୂଆଦିଲ୍ଲୀ: ବିଜେପି ମୁଖ୍ୟାଳୟରେ ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବିଜେପିର ଦାୟିତ୍ୱ ଏବେ ନୀତିନଙ୍କ ଉପରେ । ସଂଗଠନର ଅନ୍ତିମ ପର୍ବ ଶେଷ ହେବା ନେଇ ମୋଦୀ ସୂଚନା ଦେଇଛନ୍ତି । ନୂତନ ଅଧ୍ୟକ୍ଷଙ୍କୁ ମୋଦୀ ଜନସେନା ଓ ରାଷ୍ଟ୍ରସେବାର ଭାବ ନେଇ ଆଗକୁ ବଢିବାକୁ ପରାମର୍ଶ ଦେଇଛନ୍ତି । ପୂର୍ବ ଅଧ୍ୟକ୍ଷ ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀଳ, ମୁରଲୀ ମନୋହର ଯୋଶୀ, ନୀତିନ ଗଡକାରୀ ଏବଂ ଜେପି ନଡ୍ଡା କାର୍ୟ୍ୟକାଳକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ନରେନ୍ଦ୍ର ମୋଦୀ ।

    ନୀତିନ ନବୀନଙ୍କୁ ସ୍ୱାଗତ କରିବା ସହ ମୋଦୀ କହିଛନ୍ତି ମୁଁ ଆଜି ବିଜେପିର କାର୍ୟ୍ୟକର୍ତ୍ତା ଭାବେ ଏଠାରେ ପହଞ୍ଚିଛି । ମୁଁ ଆଜି ଜଣେ କାର୍ୟ୍ୟକର୍ତ୍ତା, ନୀତିନ ନବୀନ ମୋ ବସ୍‌ । ନୂଆ ଅଧ୍ୟକ୍ଷଙ୍କର ବିଜେପିକୁ ସମ୍ଭାଳିବା ଏକମାତ୍ର ଦାୟିତ୍ୱ ନୁହେଁ, ଏନଡିଏର ସାଥି ଦଳମାନଙ୍କୁ ନେଇ ଚଳିବାର ଦାୟିତ୍ୱ ମଧ୍ୟ ରହିଛି ।

    Maximum 500 characters

    ରାଜନୀତି View all

    Find Us on Facebook