ମୁଖ୍ୟ ଖବର
ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସି ଥିବା UAE ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନାହୟାନ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦୀର୍ଘ ସମୟର ଆଲୋଚନା କରିଥିଲେ। ଏହି ସମୟରେ ପରମାଣୁ ରିଆକ୍ଟର ଉପରେ ସହଯୋଗ, କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିଲିଆଲ ଇଣ୍ଟେଲିଜେନ୍ସ) , ଶକ୍ତି ସଂରକ୍ଷଣ ଏବଂ ଆତଙ୍କବାଦ ବିରୋଧୀ ପଦକ୍ଷେପ ଉପରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଅନ୍ତର୍ଭୁକ୍ତ। ବୈଦେଶିକ ସଚିବ ବିକ୍ରମ ମିଶରୀ କହିଛନ୍ତି ଯେ , ଦୁଇ ନେତାଙ୍କ ମଧ୍ୟରେ ଏକ ଦୃଢ଼ ସମ୍ପର୍କ ରହିଛି। ଦୁଇ ନେତାଙ୍କ ଉପସ୍ଥିତିରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି।
ସେ କହିଛନ୍ତି ଯେ , ଶେଖ ନାହୟାନଙ୍କ ତିନି ଘଣ୍ଟାର ଗସ୍ତ ଖୁବ୍ ଫଳପ୍ରଦ ହୋଇଛି ଏବଂ ଏଥିରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଭବିଷ୍ୟତର ରାସ୍ତା ସ୍ଥିର କରିବାର ମାର୍ଗ ପ୍ରଶସ୍ତ କରିଛି। ଶେଖ ନାହୟାନ ଆଜି ସନ୍ଧ୍ୟାରେ ଭାରତର ଏକ ସରକାରୀ ଗସ୍ତରେ ଆସିଥିଲେ। ପ୍ରଧାନମନ୍ତ୍ରୀ ମୋଦି ସ୍ୱୟଂ ବିମାନ ବନ୍ଦର ଯାଇ ତାଙ୍କୁ ସ୍ୱାଗତ କରି ଥିଲେ। ଏହା ପରେ ସେ ଶେଖ ନାହୟାନଙ୍କୁ ନିଜ ସହ କାରରେ ନିଜ ନିବାସକୁ ନେଇ ଆସି ଥିଲେ।
ଭାରତୀୟ ପ୍ରଧାନମନ୍ତ୍ରୀ ଓ UAE ରାଷ୍ଟ୍ରପତିଙ୍କ ମଧ୍ୟରେ କଥାବାର୍ତ୍ତାରେ ଶକ୍ତି ସୁରକ୍ଷା ସର୍ବୋପରି ରହି ଥିଲା । ଭାରତ ଓ ୟୁଏଇ ୧୦ ବର୍ଷର ଏଲଏନଜି ସପ୍ଲାଇ ଏଗ୍ରିମେଣ୍ଟରେ ସ୍ୱାକ୍ଷରିତ କରି ଥିଲେ। ଏହି ଚୁକ୍ତି ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ ଏବଂ ଆଡନୋକ୍ ଗ୍ୟାସ୍ ଫର୍ ଡେଲିଭରୀ ମଧ୍ୟରେ ହୋଇଛି। ଏହି ଚୁକ୍ତି ପରେ UAE ଭାରତର ସର୍ବବୃହତ LNG ରପ୍ତାନିକାରୀ ହୋଇଯିବ। ଉଭୟେ ବିଶ୍ୱସ୍ତରୀୟ ଅସ୍ଥିରତା ମଧ୍ୟରେ ଭାରତର ଦୀର୍ଘକାଳୀନ ଶକ୍ତି ଆବଶ୍ୟକତାକୁ ସମର୍ଥନ କରିବାରେ UAEର ବଢ଼ୁଥିବା ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ।
ଦୁଇ ଦେଶର ଆଲୋଚନାରେ ପରମାଣୁ ସହଯୋଗ ମଧ୍ୟ ଏକ ପ୍ରମୁଖ ବିଷୟ ଥିଲା। ଉଭୟ ପକ୍ଷ ଉନ୍ନତ ପରମାଣୁ ରିଆକ୍ଟରରେ ସହଭାଗୀତା ଅନୁସନ୍ଧାନ କରିବାକୁ ସହମତ ବ୍ୟକ୍ତ କରିଛନ୍ତି। ଏଥିରେ ବଡ଼ ପରମାଣୁ ରିଆକ୍ଟର ଓ ସ୍ମଲ୍ ମଡ୍ୟୁଲର ରିଆକ୍ଟରର ବିକାଶ ଏବଂ ନିୟୋଜନ ସାମିଲ ଅଛି। ଏହି ଚର୍ଚ୍ଚା ଭାରତ ଦ୍ୱାରା ଏସଏଚଏନଟିଆଇ ଆଇନ ଲାଗୁ ହେବା ପରେ ହୋଇଛି।
ଏହି ସମୟରେ AI ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟାକୁ ପ୍ରାଥମିକତା କ୍ଷେତ୍ର ଭାବରେ ଚିହ୍ନଟ କରାଯାଇଛି। ଦୁଇ ଦେଶ ଭାରତରେ ଏକ ସୁପରକମ୍ପ୍ୟୁଟିଂ କ୍ଲଷ୍ଟର ପ୍ରତିଷ୍ଠା କରିବା ଓ ଡାଟା ସେଣ୍ଟର କ୍ଷମତାରେ UAEର ନିବେଶର ସମ୍ଭାବନା ଅନୁସନ୍ଧାନ କରିବାରେ ସହମତି ପ୍ରକାଶ କରିଛନ୍ତି। "ଡିଜିଟାଲ୍ ଦୂତାବାସ" ପ୍ରତିଷ୍ଠା କରିବାକୁ ମଧ୍ୟ ନିଷ୍ପତ୍ତି ନେଇ ଥିଲେ, ଯାହା ଡିଜିଟାଲ୍ ଭିତ୍ତିଭୂମି ପାଇଁ ପାରସ୍ପରିକ ସ୍ୱୀକୃତିପ୍ରାପ୍ତ ସାର୍ବଭୌମତ୍ୱ ଉପରେ ଆଧାରିତ ଏକ ଧାରଣା। ଶେଖ୍ ମହମ୍ମଦ ଫେବୃଆରୀ ୨୦୨୬ରେ ଭାରତରେ Al ଇମ୍ପାକ୍ଟ ସମ୍ମିଳନୀର ଆୟୋଜନର ସମର୍ଥନ ନେଇ କହିଥିଲେ ।
ଭାରତ ଏବଂ ୟୁଏଇ ମଧ୍ୟରେ ଆଲୋଚନା ସମୟରେ ପ୍ରତିରକ୍ଷା ସହଯୋଗକୁ ମଧ୍ୟ ବୃଦ୍ଧି ମିଳିଛି। ଏହି ସମୟରେ ରଣନୈତିକ ପ୍ରତିରକ୍ଷା ସହଭାଗୀତା ଦିଗରେ କାର୍ଯ୍ୟ କରିବା ପାଇଁ ଏକ ଚିଠି ସ୍ୱାକ୍ଷରିତ କରାଯାଇ ଥିଲା। ପ୍ରଧାନମନ୍ତ୍ରୀ ମୋଦି ଏବଂ ୟୁଏଇର ରାଷ୍ଟ୍ରପତି ସେବା ମୁଖ୍ୟଙ୍କ ମଧ୍ୟରେ ସମ୍ପ୍ରତି ଆଦାନପ୍ରଦାନ ଏବଂ ଦ୍ୱିପାକ୍ଷିକ ସାମରିକ ଅଭ୍ୟାସର ଗୁରୁତ୍ୱକୁ ସ୍ୱୀକାର କରି ଥିଲେ। ଏହାସହ ସୀମାପାର ଆତଙ୍କବାଦକୁ ଦୃଢ଼ ଭାବରେ ନିନ୍ଦା କରିଥିଲେ ଏବଂ ସହମତ ହୋଇଥିଲେ ଯେ ଅପରାଧୀ, ଆର୍ଥିକ ସହାୟତା ପ୍ରଦାନକାରୀ ଏବଂ ସମର୍ଥକମାନଙ୍କୁ ଆଇନ ପରିସରକୁ ଅଣାଯିବା ଉଚିତ୍।
ଭାରତ ଏବଂ ୟୁଏଇ ମହାକାଶ କ୍ଷେତ୍ରରେ ସହଯୋଗକୁ ଆହୁରି ଗଭୀର କରିବାକୁ ରାଜି ହୋଇଛନ୍ତି। ଏଥିପାଇଁ ଏକ ସଂଯୁକ୍ତ ପ୍ରୟାସ ହେଉଛି ଯାହା ଯାହା ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ବାଣିଜ୍ୟକରଣ ପାଇଁ ଅଛି। ଏଥିରେ ପ୍ରକ୍ଷେପଣ ସୁବିଧା ଓ ଉପଗ୍ରହ ନିର୍ମାଣ ଅନ୍ତର୍ଭୁକ୍ତ।
Comments ସମସ୍ତ ମତାମତ