ମୁଖ୍ୟ ଖବର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ତାଙ୍କ ଇସ୍ରାଏଲ ପ୍ରତିପକ୍ଷ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଟେଲିଫୋନ ବାର୍ତ୍ତାଳପ କରିଛନ୍ତି। ବାର୍ତ୍ତାଳପ କାଳରେ ମୋଦୀ ନୂତନ ବର୍ଷ ପାଇଁ ନେତାନ୍ୟାହୁଙ୍କୁ ଅଭିନନ୍ଦନ ଜଣାଇଥିଲେ। କଥାବାର୍ତ୍ତା କାଳରେ ଦୁଇ ନେତା ଆଗାମୀ ବର୍ଷରେ ଭାରତ-ଇସ୍ରାଏଲ ରଣନୈତିକ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି। ଏହି ସହଭାଗିତା ସାଧାରଣ ଗଣତାନ୍ତ୍ରିକ ମୂଲ୍ୟବୋଧ, ଗଭୀର ପାରସ୍ପରିକ ବିଶ୍ୱାସ ଏବଂ ଏକ ଦୂରଦୃଷ୍ଟିସମ୍ପନ୍ନ ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ ହେବ। ଦୁଇ ନେତା ଆତଙ୍କବାଦ ପ୍ରତି ନିଜର ଶୂନ୍ୟ ସହନଶୀଳତା ମନୋଭାବକୁ ପୁନର୍ବାର ଦୋହରାଇବା ସହ ଏହା ବିରୋଧରେ ଲଢ଼ିବା ପାଇଁ ନିଜର ପ୍ରତିବଦ୍ଧତାକୁ ଜଣାଇଥିଲେ। ମୋଦୀଙ୍କୁ ନେତାନ୍ୟାହୁ ଗାଜା ଶାନ୍ତି ଯୋଜନାର କାର୍ୟ୍ୟାନ୍ୱୟନ ବିଷୟରେ ସୂଚନା ଦେଇଥିଲେ। ପ୍ରଧାନମନ୍ତ୍ରୀ ଏହି କ୍ଷେତ୍ରରେ ନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତର ନିରନ୍ତର ସମର୍ଥନକୁ ପୁନଃ ଦୋହରାଇଥିଲେ। ସେମାନେ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ମତ ଆଦାନପ୍ରଦାନ କରିଛନ୍ତି। ଦୁଇ ନେତା ଯୋଗାଯୋଗରେ ରହିବାକୁ ରାଜି ହୋଇଛନ୍ତି। ନେତାନ୍ୟାହୁ ତାଙ୍କ ଆଡୁ ମୋଦୀଙ୍କୁ ଏହି ଫୋନ କରିଥିଲେ।
Comments ସମସ୍ତ ମତାମତ