Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ‘ବନ୍ଦେ ମାତରମ୍‌’, ଆଜି ମୋଦିଙ୍କ ଭାଷଣରୁ ଲୋକସଭାରେ ଆରମ୍ଭ ହେବ ଚର୍ଚ୍ଚା

    Share on :
    ajab-Image
    Date: Dec 8, 2025    Views: 2761

    ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ ୧୫୦ ବର୍ଷରେ ପଦାର୍ପଣ କରିବା ଅବସରରେ ସୋମବାର ଲୋକସଭାରେ ୧୦ ଘଣ୍ଟା ଧରି ଚର୍ଚ୍ଚା ହେବ । ବିଭିନ୍ନ ଦଳର ସାଂସଦ ଏଥିରେ ଭାଗନେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଭାଷଣ ଦେବା ପରେ ଆଲୋଚନା ଚାଲିବ । ଏହାଦ୍ୱାରା ‘ବନ୍ଦେ ମାତରମ୍’କୁ ନେଇ ରହିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଶବାସୀଙ୍କ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାଷଣ ଦେବେ । ବିରୋଧୀ ଦଳ ପକ୍ଷରୁ କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନେକ ସାଂସଦ ବିତର୍କରେ ସାମିଲ ହେବେ । ଏହାପରେ ମଙ୍ଗଳବାର ରାଜ୍ୟସଭାରେ ମଧ୍ୟ ‘ବନ୍ଦେ ମାତରମ୍’ ଉପରେ ଆଲୋଚନା ହେବ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରଥମେ ଭାଷଣ ଦେବେ । ଏହାପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା ବକ୍ତବ୍ୟ ରଖିବେ । ଉଭୟ ଗୃହରେ ଏହି ଚର୍ଚ୍ଚା ‘ବନ୍ଦେ ମାତରମ୍’ର ଐତିହାସିକ ତଥା ସାଂସ୍କୃତିକ ମହତ୍ତ୍ୱକୁ ରେଖାଙ୍କିତ କରିବ ।
    ସଂସଦରେ ‘ବନ୍ଦେ ମାତରମ୍’ ଉପରେ ବିତର୍କ ବେଳେ ହଙ୍ଗାମା ହେବା ଆଶଙ୍କା ରହିଛି । କାରଣ ଗୀତଟିର ଛନ୍ଦକୁ କଂଗ୍ରେସ ହଟାଇଥିବା ନେଇ ପୂର୍ବରୁ ପ୍ରଧାନମନ୍ତ୍ରୀ ଅଭିଯୋଗ କରିଥିଲେ । ନିକଟରେ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ୟ୍ୟକ୍ରମକୁ ସମ୍ବୋଧନ କରି ମୋଦି କହିଥିଲେ, ୧୯୩୭ରେ ଗୀତର ମହତ୍ତ୍ୱପୂର୍ଣ୍ଣ ଛନ୍ଦକୁ ହଟାଯିବା ଯୋଗୁ ଭାରତର ବିଭାଜନ ହୋଇଥିଲା। ଏହି ବିଭାଜନ ମାନସିକତା ଆଜି ବି ଦେଶ ପାଇଁ ବଡ଼ ଆହ୍ୱାନ ହୋଇ ଛିଡ଼ା ହୋଇଛି । ପ୍ରଧାନମନ୍ତ୍ରୀ କହିଥିଲେ, ୧୯୩୭ରେ ‘ବନ୍ଦେ ମାତରମ୍’ର ଜରୁରି ଅଂଶକୁ ହଟାଯିବା ଦ୍ୱାରା ଦେଶ ବିଭାଜନର ସୂତ୍ରପାତ ହୋଇଥିଲା । ରାଷ୍ଟ୍ର ଗଠନର ଏହି ମହାନ ମନ୍ତ୍ର ସହ ଏଭଳି ଅନ୍ୟାୟ କାହିଁକି ହୋଇଥିଲା, ତାହା ଆଜିର ପିଢ଼ି ବୁଝିବା ଆବଶ୍ୟକ । କେନ୍ଦ୍ର ସରକାର ‘ବନ୍ଦେ ମାତରମ୍’ର ୧୫୦ତମ ବର୍ଷ ଅବସରରେ ବିଶେଷ ସ୍ମାରକ ମୁଦ୍ରା ଓ ଡାକ ଟିକଟ ଜାରି କରିଥିଲେ, ଯାହା ଏହାର ସାଂସ୍କୃତିକ ଐତିହ୍ୟକୁ ସମ୍ମାନିତ କରେ । ପ୍ରଧାନମନ୍ତ୍ରୀ ମୋଦି ଏହାକୁ ସ୍ୱାଧୀନତା ସଂଗ୍ରାମର ଅମର ଧରୋହର ଦର୍ଶାଇଥିଲେ । ଏହି ଗୀତ ରାଷ୍ଟ୍ରଭକ୍ତିର ଭାବନାକୁ ଜାଗ୍ରତ କରୁଛି ବୋଲି କହିଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook