Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମୋଦୀଙ୍କୁ ୬କୋଟିର କାର ଉପହାର ଦେଲେ ଜିନ୍‍ପିଙ୍ଗ

    Share on :
    ajab-Image
    Date: Sep 1, 2025    Views: 3613

    ନୂଆଦିଲ୍ଲୀ: ଭାରତ-ଚୀନ୍‍ ସମ୍ପର୍କରେ ଆସୁଛି ସୁଧାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୬କୋଟିର କାର ଗିଫ୍ଟ ଦେଇଛନ୍ତି ଚୀନ୍‍ ରାଷ୍ଟ୍ରପତି ସି ଜିନ୍‍ପିଙ୍ଗ । ଏହି କାରଟି ମାତ୍ର ୮ସେକେଣ୍ଡରେ ୧୦୦ କିଲୋମିଟର ସ୍ପିଡ୍‌ ରେ ଦୌଡିଥାଏ । କାର ଭିତରେ ରହିଛି ଖାସ୍‍ ଅସ୍ତ୍ରଶସ୍ତ୍ର, ଟାୟର ପମ୍ପଚର୍‍ ହେଲେ ବି ୧୦୦କିଲୋମିଟର ପର୍ୟ୍ୟନ୍ତ ଏହା ଚାଲିବାର କ୍ଷମତା ରହିଛି । ଏହି ଫଟୋ ହେଉଛି ଚୀନ ରାଷ୍ଟ୍ରପତି ସି ଜିନ୍‍ପିଙ୍ଗଙ୍କ ସବୁଠାର ପସନ୍ଦର କାର । ଯାହାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଇଛନ୍ତି । ଦୁଇ ଦିନିଆ ଚୀନ୍‍ ଗସ୍ତରେ ଯାଇଥିବା ମୋଦୀ ଏହି କାରରେ ବସି ଯାତ୍ରା କରିବେ । ଏହି କାରଟି ଯେତେବେଳେ ସାମ୍ନାକୁ ଆସିଲା ଗୁଗଲ୍‍ ରେ ଏହାର ନାମ, ଫିଚର ଏବଂ ଦାମ୍‍ ସର୍ଚ୍ଚ ହେବାରେ ଲାଗିଛି । କାରଣ ଏହି କାରଟି ରୁଷ ରାଷ୍ଟ୍ରପତି ପୁଟିନଙ୍କ ପସନ୍ଦର କାର ଠାରୁ ମଧ୍ୟ ଅନେକ ଗୁଣ ମହଙ୍ଗା ଅଟେ ।

    ଏ ହେଉଛି ପୁଟିନଙ୍କ େଔର୍‍ ସିନେଟ୍‍ କାର । ଯାହାକୁ ନେଇ ସେ ଚୀନ୍‍ ଗସ୍ତରେ ଯାଇଛନ୍ତି । ପୁଟିନ୍‍ ଏୟାରପୋର୍ଟରେ ପହଞ୍ଚିବା ପରେ ଏହି କାରରେ ବସି ଯାତ୍ରା କରନ୍ତି । ଏହାର ଦାମ୍‍ ୩କୋଟି ହେବ । ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜିନ୍‍ପିଙ୍ଗ ଯେଉଁ କାରଟି ଚୀନରେ ଯାତ୍ରା କରିବାକୁ ଦେଇଛନ୍ତି ତାହାର ଦାମ୍‍ ଶୁଣିଲେ ଆପଣଙ୍କ ହୋସ୍‍ ଉଡିଯିବ । ଏହି କାରର ମୂଲ୍ୟ ୬ଲକ୍ଷ ୮୦ହଜାର ଡଲାର ଅର୍ଥାତ୍‍ ଭାରତୀୟ ମୁଦ୍ରାରେ ୬କୋଟି ଟଙ୍କା । କାରର ନାମ ହେଉଛି ହଙ୍ଗକ୍ୱି ଏଲ୍‍-୫, ଏହି କାର ଚୀନର ସବୁଠାରୁ ବଡ ବ୍ରାଣ୍ଡ ଏବଂ ଦାମୀ ବୋଲି କୁହାଯାଉଛି । ୨୦୧୯ରେ ଏହି କାର ନେଇ ଜିନ୍‍ପିଙ୍ଗ ଭାରତ ଆସିଥିଲେ । ଏହି କାରରେ ଯାତ୍ରାବେଳେ ଯଦି କେହି ଗୁଳିମାନେ ବା ବମ୍‍ ପକାଏ ତେବେ କାରରେ ବସିଥିବା ବ୍ୟକ୍ତି ସମ୍ପୂର୍ଣ୍ଣ ସୁରକ୍ଷିତ ରହିବେ । ମୋଦୀ ବିଦେଶ ଗସ୍ତରେ ଯିବା ବେଳେ ନିଜ କାର ସାଙ୍ଗରେ ନେଇ ଯାଇନଥାନ୍ତି । ସେଠାରେ ତାଙ୍କୁ ଭିନ୍ନ ଭିନ୍ନ କାରରେ ଯାତ୍ରା କରିବାକୁ ଦିଆଯାଇଥାଏ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook