ମୁଖ୍ୟ ଖବର
ଭୁବନେଶ୍ବର: ଆଜି ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି । ଚଳଚଞ୍ଚଳ ଗାଁରୁ ସହର । ସବୁ ଓଡ଼ିଆଙ୍କ ମନରେ ଉତ୍ସାହର ମାହୋଲ । ପଣା ସଂକ୍ରାନ୍ତି ଅବସରରେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, "ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ହାର୍ଦ୍ଦିକ ଶୁଭକାମନା । ଆଗାମୀ ବର୍ଷ ଆପଣଙ୍କ ସ୍ବପ୍ନ ସାକାରର ବର୍ଷ ହେଉ । ଆପଣଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ ।"
ଓଡ଼ିଶାବାସୀଙ୍କୁ ପଣା ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, "ପବିତ୍ର ଓଡ଼ିଆ ନବବର୍ଷ, ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ମୁଁ ଓଡ଼ିଶାବାସୀ ତଥା ଦେଶ ବିଦେଶରେ ରହୁଥିବା ଓଡ଼ିଆ ଭାଇ-ଭଉଣୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଉଛି । ପଣା ସଂକ୍ରାନ୍ତି ଆମ ସମାଜକୁ ପ୍ରେମ ଓ ଶାନ୍ତିର ବାର୍ତ୍ତା ଦେଉଛି । "
Comments ସମସ୍ତ ମତାମତ