ମୁଖ୍ୟ ଖବର
ଭୁବନେଶ୍ବର : ଭୁବନେଶ୍ବରରେ ରୋଡ ଶୋ’ କରିବେ ପ୍ରଧାନମନ୍ତ୍ରୀ ମୋଦୀ। ୨୯ ତାରିଖରେ ବିଜୁ ପଟ୍ଟନାୟକ ଏୟାରପୋର୍ଟରୁ ରୋଡ ଶୋ କରିବେ ପ୍ରଧାନମନ୍ତ୍ରୀ। ଏୟାରପୋର୍ଟ ରୁ ରାଜଭବନ ଯାଏଁ ରୋଡ଼ ଶୋ’ ହେବ। ଏ ନେଇ ବିଜେପି ରାଜ୍ୟ ସଭାପତି ସୂଚନା ଦେଇଛନ୍ତି। ୨୯ ତାରିଖ ଅପରାହ୍ନ ୪ଟା୧୫ ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚିବେ। ଏୟାରପୋର୍ଟରେ ମୋଦୀଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯିବ। ପରେ ଏୟାରପୋର୍ଟ ନିକଟରେ ଏକ ସାଧାରଣ ସଭା ହେବ। ଏହାପରେ ଏୟାରପୋର୍ଟ ରୁ ରାଜଭବନ ଯାଏଁ ରୋଡ଼ ଶୋ’ ହେବ। ଏହା ପରେ ପାର୍ଟି ଅଫିସ ପ୍ରଧାନମନ୍ତ୍ରୀ ଆସିବେ। ବିଧାୟକ ସାଂସଦ ଏବଂ ଦଳୀୟ ପଦାଧିକାରୀଙ୍କ ସହ ବୈଠକରେ ଯୋଗ ଦେବେ। ୨ ଘଣ୍ଟା ଦଳୀୟ କାର୍ୟ୍ୟାଳୟରେ ରହିବା ସହ ସମସ୍ତଙ୍କ ସହ ଆଲୋଚନା କରିବେ। ପରେ ଡିଜି ସମ୍ମିଳନୀରେ ଯୋଗ ଦେବେ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ୨୯, ୩୦ ଏବଂ ଡିସେମ୍ବର ୧ ରେ ଓଡିଶାରେ ଡିଜି ସମ୍ମିଳନୀ ଅନୁଷ୍ଠିତ ହେବ। ୩ ଦିନ ଧରି ହେବାକୁ ଥିବା ଡିଜି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ। ଡିଜି ସମ୍ମିଳନୀ ଶେଷ ହେବା ଯାଏଁ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହିବେ ।ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ମଧ୍ୟ୩ ଦିନ ଓଡ଼ିଶାରେ ରହି ସମ୍ମିଳନୀରେ ଯୋଗ ଦେବେ।
Comments ସମସ୍ତ ମତାମତ