Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଜି ମୋଦୀ-ଜିନପିଙ୍ଗ୍‌ ଆଲୋଚନା

    Share on :
    ajab-Image
    Date: Oct 23, 2024    Views: 5868

    ମସ୍କୋ :  ଜିନ୍‌ପିଙ୍ଗଙ୍କ ସହ ମୋଦୀ ଆଜି ଦ୍ବିପାକ୍ଷିକ ଆଲୋଚନା କରିବା କାର୍ୟ୍ୟସୂଚୀ ଚୂଡାନ୍ତ ହୋଇଥିବା ଭାରତର ବୈଦେଶିକ ମନ୍ତ୍ରଣାଳୟସ୍ପଷ୍ଟ କରିଛି। ୨୦୨୦ ଗଲୱାନ ସଂଘର୍ଷ ପରଠାରୁ ଦୁଇ ନେତାଙ୍କ ମଧ୍ୟରେ କୌଣସି ପ୍ରକାର ଦ୍ବିପାକ୍ଷିକ କଥାବାର୍ତ୍ତା ହୋଇନାହିଁ।
    ବୈଶ୍ୱିକ ବିକାଶ କାର୍ୟ୍ୟସୂଚୀ, ବହୁପକ୍ଷବାଦ ସୁଧାର, ଜଳବାୟୁ ପରିବର୍ତ୍ତନ, ଆର୍ଥିକ ସହଯୋଗ, ନମନୀୟ ଯୋଗାଣ ଶୃଙ୍ଖଳ ଗଠନ, ସଂସ୍କୃତିକୁ ପ୍ରୋତ୍ସାହନ ଏବଂ ଲୋକଙ୍କ ମଧ୍ୟରେ ଯୋଗାଯୋଗ ରକ୍ଷା ଆଦି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ବ୍ରିକ୍ସ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ଭାବେ ଉଭା ହୋଇଛି।
    ରୁଷ୍‌ ଗସ୍ତକାଳରେ ମୋଦୀଙ୍କୁ ଏଠାର ନାଗରିକମାନେ କୃଷ୍ଣ ଭଜନ ମାଧ୍ୟମରେ ସ୍ବାଗତ କରିଥିଲେ। ସାଧାରଣତଃ ରାଜନେତାଙ୍କ ଆଗମନ ସମୟରେ ନାଚଗୀତ ଓ ସାଂସ୍କୃତିକ କାର୍ୟ୍ୟକ୍ରମ କରାଯାଇଥାଏ। ମାତ୍ର ଭାରତୀୟ ବଂଶୋଦ୍ଭବ ରୁଷ୍ ନାଗରିକମାନେ ମୋଦୀଙ୍କ ଆଗମନ ସମୟରେ ସାମୂହିକ କୃଷ୍ଣ ଭଜନ ଗାନ କରିଥିଲେ। ସେମାନେ ହାତରେ ତ୍ରିରଙ୍ଗା ପତାକା ଧରିବା ସହିତ ସଂସ୍କୃତରେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ରୁଷ୍‌ର କାଜାନ ସହରରେ ମୋଦୀ ପହଞ୍ଚିବା ପରେ ରିପବ୍ଲିକ ଅଫ୍ ତାତାରସ୍ତାନ ରୁସ୍ତମ ମିନିଖାନୋଭର ମୁଖ୍ୟ ତାଙ୍କୁ ସ୍ବାଗତ କରିଥିଲେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook