Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେପି ଜିତିବ ୪୦୦ ଆସନ:ମୋଦୀ

    Share on :
    ajab-Image
    Date: Feb 17, 2024    Views: 2879

    ନୂଆଦିଲ୍ଲୀ:  ହରିଆଣାରେ ମୋଦୀ ଗ୍ୟାରେଂଟି । ଏନଡିଏ ସରକାର ସାଧାରଣ ନିର୍ବାଚନରେ ୪ଶହ ଆସନରେ ବିଜୟ ହାସଲ କରିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ରେବାଡି ଜନସଭାକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେବେ ସେ ଏଠାକୁ ଆସନ୍ତି ସେ ସମୟରେ ପୁରୁଣା ସ୍ମୃତି ତାଜା ହୋଇଯାଏ । ୨୦୧୩ ଲୋକସଭା । ରେବାଡୀ ଜନତାଙ୍କ ଆର୍ଶୀବାଦ କମାଲ କରିଥିଲା । ଏଥରକ ମଧ୍ୟ ୪ଶହ ଆସନ ସହ ବିଜୟ ପାଇଁ ଆର୍ଶୀବାଦ କରୁ ରେବାଡୀ । ଜନସଭାରେ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ବଂଶବାଦ ପାଇଁ ଆଜିର ଦିନରେ କଂଗ୍ରେସ ସବୁଠୁ ଖରାପ ସ୍ଥିତି ଦେଇ ଗତି କରୁଛି । ଏଥିସହ ସେ କହିଛନ୍ତି ଗତ ୧୦ବର୍ଷ ମଧ୍ୟରେ ଭାରତ ୧୧ ନମ୍ବର ସ୍ଥାନରୁ ଉପରକୁ ଉଠି ୫ମ ମହାଶକ୍ତିର ଦେଶ ହୋଇପାରିଛି । ତୃତୀୟ ପାଳି ସରକାରରେ ଭାରତକୁ ତୃତୀୟ ବୃହତ ଅର୍ଥନୀତିର ଗଢ଼ିବାକୁ ଲକ୍ଷ୍ୟ ରଖିଛି ଦଳ । ଆଜିର କାର୍ୟ୍ୟକ୍ରମରେ ଏମ୍ସର ଆଧାରଶୀଳା ରଖିବା ସହ ୧୦ହଜାର କୋଟିର ଭେଟି ଦେଇଛନ୍ତି କେନ୍ଦ୍ର ସରକାର ।

    Maximum 500 characters

    ରାଜନୀତି View all

    Find Us on Facebook