Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଝାଡୁ ଧରି ସଫେଇ କଲେ ମୋଦୀ

    Share on :
    ajab-Image
    Date: Oct 1, 2023    Views: 3422

    ନୂଆଦିଲ୍ଲୀ: ଆଜି ଦେଶ ପାଳିଛି ସ୍ୱଚ୍ଛତା ହିଁ ସେବା ଅଭିଯାନ । ନିଜେ ହାତରେ ଝାଡୁ ଧରି ସଫେଇ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରେସଲର ଅଙ୍କିତ ବେୟନପୁରିୟାଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରମଦାନ କରିଛନ୍ତି । ଶ୍ରମଦାନ କରିବାର ଭିଡିଓ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର ନରେନ୍ଦ୍ର ମୋଦୀ । ଏହି ସମୟରେ ଅଙ୍କିତଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ମୋଦୀ । ତାଙ୍କ ଫିଟନେସ୍ ସମ୍ପର୍କରେ ମଧ୍ୟ ଅଙ୍କିତଙ୍କଠାରୁ ପଚାରି ବୁଝିଛନ୍ତି । ଅଙ୍କିତ ରହୁଥିବା ଅଞ୍ଚଳରେ ସ୍ୱଚ୍ଛତା କିପରି ରହିଛି ବୋଲି ମଧ୍ୟ ମୋଦୀ ପଚାରିଥିଲେ । ଏହା ସହ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ସ୍ୱଚ୍ଛତା ଉପରେ ଧ୍ୟାନ କେନ୍ଦ୍ରୀତ କରୁଛି । ଗାନ୍ଧୀ ଜୟନ୍ତୀ ପୂର୍ବରୁ ସାରା ଦେଶରେ ସ୍ୱଚ୍ଛତା ଅଭିଯାନ କରାଯାଇଛି ।
    ସ୍ୱଚ୍ଛ ଭାରତ ଅଭିଯାନର ୯ ବର୍ଷ ପୂର୍ତ୍ତି ଅବସରରେ ମେଗା ସ୍ୱଚ୍ଛତା ଅଭିଯାନ ପାଳିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ସ୍ୱଚ୍ଛତା ପାଇଁ ୧ ଘଣ୍ଟା ସାମୂହିକ ଶ୍ରମଦାନ କରିଛନ୍ତି ଜନତା । ଦେଶର ୬ ଲକ୍ଷ ୪୦ହଜାର ସ୍ଥାନରେ ଏହି କାର୍ୟ୍ୟକ୍ରମ ଆୟୋଜିତ ହୋଇଛି । ଏହା ମଧ୍ୟରେ ୩୫ ହଜାର ଅଙ୍ଗନବାଡି, ୨୨ ହଜାର ବଜାର, ୭ ହଜାର ବସ୍ ଷ୍ଟାଣ୍ଡ, ୧ ହଜାର ଗୋଶାଳା ଓ ୩୦୦ ଚଡିଆଘର ରହିଛି । ଦିନ ୧୦ଟାରୁ ୧୧ ଯାଏଁ ନିଜ ନିଜ ଅଂଚଳରେ ସ୍ୱଚ୍ଛତା ରକ୍ଷା ପାଇଁ ଘଣ୍ଟାଏ ଶ୍ରମଦାନ କରିବାକୁ ଦେଶବାସୀଙ୍କୁ ଗତ ମନ୍ କି ବାତ୍ରେ ଅପିଲ କରିଥିଲେ ପ୍ରଧାନମନ୍ତ୍ରୀ । ନିଜ ଅଂଚଳର ରାସ୍ତାଘାଟ, ପାର୍କ, ନଦୀ, ହ୍ରଦ କିମ୍ବା ଅନ୍ୟ ସ୍ଥାନ ସଫା କରିବାକୁ ଅନୁରୋଧ କରିଥିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆଜି ଅହମ୍ମଦାବାଦରେ ଏହି ଅଭିଯାନରେ ସାମିଲ ହୋଇଥିଲେ ଗୃହମନ୍ତ୍ରୀ ଅମିତ ଶାହ । ହାତରେ ଝାଡୁ ଧରି ସଫା କରିଥିଲେ ଅମିତ ଶାହ । ଦିଲ୍ଲୀରେ ଶ୍ରମଦାନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ନର୍ଥ କ୍ୟାମ୍ପସ, ଜିସି ମାର୍ଗ ଓ ଶ୍ରେୟା ମାର୍ଗରେ ସଫେଇ କରିଥିଲେ । ଏଥିରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ପ୍ରଧ୍ୟାପକ ସାମିଲ ହୋଇଥିଲେ । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଦିଲ୍ଲୀରେ ଏହି କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ । ସେହିପରି ପାଟଣାରେ ବିଜେପି ନେତା ରବିଶଙ୍କଣ ପ୍ରସାଦ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook