Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସ୍ବତନ୍ତ୍ର ଅଧିବେଶନ ଛୋଟ ମାତ୍ର ସମୟ ଅନୁସାରେ ମୂଲ୍ୟବାନ:ପ୍ରଧାନମନ୍ତ୍ରୀ

    Share on :
    ajab-Image
    Date: Sep 18, 2023    Views: 3400

    ନୂଆଦିଲ୍ଲୀ: ଆଜିଠୁ ସଂସଦର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ । ଏହା ପୂର୍ବରୁ ଲୋକସଭାରେ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅଧିବେଶନ ଛୋଟ ମାତ୍ର ସମୟ ଅନୁସାରେ ଏହା ବହୁତ ମୂଲ୍ୟବାନ । ଏହା ଐତିହାସିକ ନିର୍ଣ୍ଣୟର ଅଧିବେଶନ ଓ ଐତିହାସିକ ଅବସର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
    ସଂସଦର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ ଅଭିଭାଷଣ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି,''ଏକ ପ୍ରକାର ଉତ୍ସାହର ମାହୋଲ । ସମଗ୍ର ଦେଶରେ ଆମେ ଏକ ନୂଆ ଆତ୍ମବିଶ୍ବାସ ଅନୁଭବ କରୁଛୁ । ଏହି ସୟମରେ ସଂସଦର ଏହି ସ୍ବତନ୍ତ୍ର ଅଧିବେଶନ ଛୋଟ ମାତ୍ର ସମୟ ଆନୁସାରେ ବହୁତ ଗୁରୁତ୍ବପୂର୍ଣ୍ଣ । ଏହା ଐତିହାସିକ ନିର୍ଣ୍ଣୟର ଅଧିବେଶନ । ଏହି ଅଧିବେଶନର ଗୋଟିଏ ସ୍ବତନ୍ତ୍ରତା ୭୫ ବର୍ଷ ଯାତ୍ରା ନୂଆ ସ୍ଥାନରୁ ଆରମ୍ଭ ହୋଇଛି । ୭୫ ବର୍ଷ ଯାତ୍ରା ପ୍ରେରଣାଦାୟକ ଥିଲା ଏବେ ନୂଆ ସ୍ଥାନରୁ ନୂଆ ସଂକଳ୍ପ, ନୂଆ ବିଶ୍ବାସକୁ ନେଇ ଯାତ୍ରା ଆରମ୍ଭ ହେବ । ୨୦୪୭ ସୁଦ୍ଧା ଦେଶକୁ ବିକଶିତ ଦେଶ କରିବାକୁ ହେବ । ଆଗକୁ ଯେତେ ବି ନିର୍ଣ୍ଣୟ ହେବାକୁ ଯାଉଛି ତାହା ନୂଆ ସଂସଦ ଭବନରୁ ହେବ । ଆସନ୍ତାକାଲି ଗଣେଶ ଚତୁର୍ଥୀ । ତାଙ୍କୁ ବିଘ୍ନହର୍ତ୍ତା ଦେବତା କୁହନ୍ତି । ଏବେ ଭାରତ ବିକାଶ ଯାତ୍ରାରେ କୌଣସି ବିଘ୍ନ ରହିବ ନାହିଁ । ଏବେ ଭାରତ ନିବିଘ୍ନରେ ସମସ୍ତ ସଂକଳ୍ପ, ସ୍ବପ୍ନ ପୂରଣ କରିବ । ତେଣୁ ଗଣେଶ ଚତୁର୍ଥୀ ଦିନ ନୂଆ ଭାରତର ସ୍ବପ୍ନକୁ ସତ କରିବ ତେଣୁ ଏହି ଅଧିବେଶନ ଛୋଟ ମାତ୍ର ଐତିହାସିକ ଅବସର ହେବାକୁ ଯାଉଛି ।''ପ୍ରଧାନମନ୍ତ୍ରୀ କହିଛନ୍ତି, '' ଏହା ଏକ ଛୋଟିଆ ଅଧିବେଶନ । ସାଂସଦଙ୍କର ଅଧିକରୁ ଅଧିକ ସମୟ ଉତ୍ସାହର ସହ ମିଳୁ । କାନ୍ଦିବା ପାଇଁ ବହୁତ ସମୟ ଅଛି । ଜୀବନରେ କିଛି ସମୟ ଏମିତି ଥାଏ ଯାହା ବିଶ୍ବାସରେ ଭରିଯାଏ । ମୁଁ ଏହି ଛୋଟ ଅଧିବେଶନକୁ ଉତ୍ସୁକତାର ସହ ଦେଖୁଛି । ମୁଁ ଆଶା କରୁଛି ପୁରୁଣା ଭୁଲକୁ ଛାଡି ଉତ୍ତମରୁ ଅତି ଉତ୍ତମ ଭଲକୁ ସାଥୀରେ ନେଇ ନୂଆ ସଂସଦରେ ପ୍ରବେଶ କରିବା । ନୂଆ ସଂସଦରେ ଭଲର ମୂଲ୍ୟବୃଦ୍ଧିରେ କୌଣସି ତ୍ରୁଟି କରିବା ନାହିଁ । ଏହି ପଣ ସମସ୍ତ ସାଂସଦ ନେଇ ଚାଲିବାକୁ ହେବ ।''

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook