ମୁଖ୍ୟ ଖବର
ସୋର : ଶନିବାର ପ୍ରଧାନମନ୍ତ୍ରୀ ବାଲେଶ୍ଵର ବାହାନଗା ଆସି ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବେ। ଏହାପରେ ବାଲେଶ୍ଵର ହସ୍ପିଟାଲକୁ ଯାଇ ଆହତଙ୍କୁ ଭେଟିବେ। ଏହାପରେ କଟକ ଏସସିବି ମେଡିକାଲକୁ ଯାଇ ପାରନ୍ତି। କିଛି ସମୟ ପରେ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ଏନେଇ କାର୍ୟ୍ୟସୂଚୀ ଆସିବ।
ସୂଚନାନୁଯାୟୀ, ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଏ ପର୍ୟ୍ୟନ୍ତ ୨୮୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୦୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ଏହାସହ ଗୁରୁତର ଆହତମାନଙ୍କୁ ବାଲେଶ୍ୱର, ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସଙ୍କଟାପନ୍ନ ସ୍ଥିତିରେ ଥିବା ଆହତଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ୟ୍ୟରେ ଏନଡିଆରଏଫ୍, ଏସଡିଆରଏଫ୍ ସହ ଅଗ୍ନିଶମ ବିଭାଗ ବିଭାଗ ନିଯୋଜିତ ଥିବା ସୂଚନା । ଏହି ଘଟଣା ସାରା ବିଶ୍ୱବାସୀଙ୍କୁ ମର୍ମାହତ କରିଛି ।
Comments ସମସ୍ତ ମତାମତ