Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବିବାଦରେ ପଡ଼ିଯାଇଛନ୍ତି ପ୍ରଧାନମନ୍ତ୍ରୀ,କାହିଁକି ଜାଣନ୍ତୁ

    Share on :
    ajab-Image
    Date: Nov 23, 2022    Views: 4767

    ନୂଆଦିଲ୍ଲୀ: କୁନି ଝିଅ ସହ ନଜରରେ ଆସି ବିବାଦରେ ପଡ଼ିଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜୁରାଟ ନିର୍ବାଚନ ସମୟରେ ୭ ବର୍ଷୀୟ ଜଣେ ଝିଅଙ୍କୁ ଭେଟିଥିଲେ ନରେନ୍ଦ୍ର ମୋଦି । ଏହି କୁନି ଝିଅ ମୋଦିଙ୍କୁ ଭେଟିବା ସହ ଗୁଜୁରାଟୀ ଭାଷାରେ କବିତା ବୋଲିଥିଲେ । ଯେଉଁ କବିତା ବିଜେପିର ବିକାଶ କଥା କୁହାଯାଇଥିଲା । ଏହି ଭିଡିଓକୁ ଭାରତୀୟ ଜନତା ପାର୍ଟିର ଅଫିସିଆଲ୍ ଟ୍ୱିଟର ହେଣ୍ଡେଲରୁ ମଧ୍ୟ ଟୁଇଟ୍ କରାଯାଉଛି । ଏଭଳି ଏକ ଚିତ୍ର ସାମ୍ନାକୁ ଆସିଥିବା ପରେ ଏହାକୁ ସମାଲୋଚନା କରିଛି କଂଗ୍ରେସ । କଂଗ୍ରେସ ସାଂସଦ ମାନିକମ୍ ଟାଗୋର ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି ଛୋଟ ପିଲା ରାଜନୈତିକ ଦଳର ପ୍ରଚାର କରିପାରିବେ କି ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ଏଭଳି ଘଟଣାକୁ ଜାତୀୟ ଶିଶୁ ସୁରକ୍ଷା କମିଶନ ନଜରକୁ ନେବାର ଆବଶ୍ୟକତା ରହିଛି ବୋଲି ଟୁଇଟ କରିଛନ୍ତି । କିଛି ଦିନ ପୂର୍ବରୁ ରାହୁଲ ଗାନ୍ଧୀ ମଧ୍ୟ ଜଣେ କୁନି ଝିଅ ସହ ନଜର ଆସିଥିଲେ । ଭାରତ ଯୋଡୋ ଯାତ୍ରା ସମୟରେ ବୁର୍ଖା ପିନ୍ଧିଥିବା ଜଣେ କୁନି ଝିଅ ସହ ନଜର ଆସିଥିଲେ ରାହୁଲ ଗାନ୍ଧୀ । ଯାହାକୁୁ ନେଇ ମଧ୍ୟ ବିବାଦ ହୋଇଥିଲା । ଏହାକୁ ତୁଷ୍ଟିକରଣର ରାଜନୀତି ବୋଲି ବିଜେପି ଅଭିଯୋଗ କରିଥିଲେ । ଏଭଳି ସ୍ଥିତିରେ ଡବଲ ଷ୍ଟାଣ୍ଡାର୍ଡ କାହିଁକି ବୋଲି କଂଗ୍ରେସ ନେତା ପ୍ରଶ୍ନ ଉଠାଇଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook