ମୁଖ୍ୟ ଖବର
ନୂଆଦିଲ୍ଲୀ: ଆଜିପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କମନୱେଲଥ ଭାରତୀୟ କଣ୍ଟିଜେଣ୍ଟଙ୍କ ସହିତ କଥା ହେବେ । ଭିଡିଓ କନଫରେନ୍ସି ଜରିଆରେ ଖେଳାଳିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ । ଆଥଲେଟମାନଙ୍କ ସହ କଥା ହୋଇ ସେମାନଙ୍କୁ ଭଲ ପ୍ରଦର୍ଶନ କରିବା ପାଇଁ ପରାମର୍ଶ ଦେବେ ମୋଦି । ପୂର୍ବରୁ ଅଲମ୍ପିକ୍ସ ଖେଳାଳିଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ଏପରି କଥା ହୋଇଛନ୍ତି । ଏହା କ୍ରୀଡାବିତଙ୍କୁ ପ୍ରେରଣା ଯୋଗାଇଥାଏ ।
ପ୍ରଧାନମନ୍ତ୍ରୀଙ୍କ ଏହି ପାରସ୍ପରିକ କଥାବାର୍ତ୍ତା ପ୍ରମୁଖ କ୍ରୀଡା ଇଭେଣ୍ଟରେ ଅଂଶଗ୍ରହଣ କରିବା ପୂର୍ବରୁ ଆଥଲେଟମାନଙ୍କୁ ଉତ୍ସାହିତ କରିବା । ଏହା ତାଙ୍କର ନିରନ୍ତର ପ୍ରୟାସର ଏକ ଅଂଶ । ଗତ ବର୍ଷ ପ୍ରଧାନମନ୍ତ୍ରୀ ଟୋକିଓ ୨୦୨୦ ଅଲିମ୍ପିକ୍ସର ଭାରତୀୟ ଆଥଲେଙ୍କ ଓ ପାରାଲିମ୍ପିକ୍ସ ଖେଳାଳିଙ୍କ ସହ କଥା ହୋଇଥିଲେ ।କ୍ରୀଡା ଇଭେଣ୍ଟ ସମୟରେ ଆଥଲେଟଙ୍କ ଅଗ୍ରଗତି ପ୍ରତି ପ୍ରଧାନମନ୍ତ୍ରୀ ଧ୍ୟାନ ଦେଇଛନ୍ତି । ଅନେକ ସମୟରେ, ସେ ବ୍ୟକ୍ତିଗତ ଭାବରେ ଆଥଲେଟମାନଙ୍କୁ ସେମାନଙ୍କ ସଫଳତା ଏବଂ ଉଦ୍ୟମ ପାଇଁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କୁ ଉନ୍ନତ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିଛନ୍ତି । ଦେଶକୁ ଫେରିବା ପରେ ପ୍ରଧାନମନ୍ତ୍ରୀ ମଧ୍ୟ ଆଥଲେଟଙ୍କ ସହ ସାକ୍ଷାତ କର ସେମାନଙ୍କ ସଫଳତା ଯାତ୍ରା ବିଷୟରେ କଥା ହୋଇଥିବା ଦେଖିବାକୁ ମିଳିଛି ।
ପ୍ରକାଶ ଥାଉ କି, ବର୍ମିଂହାମରେ ଜୁଲାଇ ୨୮ରୁ କମନୱେଲଥ ଗେନ୍ସ ଆରମ୍ଭ ହେବାକୁ ଯାଉଛି ।
Comments ସମସ୍ତ ମତାମତ