Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମୋ ବସ୍‌-କାର୍‌ ଧକ୍କା; ଜଣେ ମୃତ, ୫ ଗୁରୁତର

    Share on :
    ajab-Image
    Date: Sep 18, 2023    Views: 3423

    କୋଣାର୍କ : କୋଣାର୍କ ବାଲିଘାଇ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କାର ସହ ମୋ’ ବସ୍ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି ।  କାର୍‌ରେ ବସିଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତକଙ୍କ ପରିଚୟ ମିଳି ପାରିନି। ଗୁରୁତରଙ୍କ ମଧ୍ୟରେ ବସ୍‌ ଡ୍ରାଇଭର ବି ଅଛନ୍ତି। 

    ସୂଚନା ଅନୁଯାୟୀ, ଆଜି ସକାଳେ ଏକ ମୋ ବସ୍‌ ପୁରୀରୁ କୋଣାର୍କ ଯାଉଥିଲା। ବସ୍‌ରେ ସମୁଦାୟ ୭ ଜଣ ଥିଲେ। ଉକ୍ତ ସମୟରେ ଚନ୍ଦ୍ରଭାଗାରୁ ପୁରୀ ଅଭିମୁଖେ ଏକ କାର୍‌ ଆସୁଥିବା ବେଳେ ସେଥିରେ ୫ ଜଣ ଥିଲେ।  ଡିଫେନ୍ସ ରୋଡରେ ଉଭୟ ଗାଡ଼ି ମୁହାଁମୁହିଁ ପିଟି ହୋଇଥିଲେ।

    ଏହାପରେ ବସ୍‌ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଉଭୟ ଗାଡ଼ିର ସମ୍ମୁଖ ପଟ ସମ୍ପୂର୍ଣ୍ଣ ଚୂରମାର ହୋଇ ଯାଇଛି। ଏହି ଦୁର୍ଘଟଣାରେ କାର୍‌ର ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବସ୍‌ ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook