Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ଅଭାବନୀୟ: ୬୦ ଛାତ୍ରୀଙ୍କ ଗାଧୁଆ ସମୟର ଭିଡିଓ ଭାଇରାଲ

    Share on :
    ajab-Image
    Date: Sep 18, 2022    Views: 4471

    ଚଣ୍ଡିଗଡ: ମୋହାଲି ସ୍ଥିତ ଚଣ୍ଡିଗଡ ବିଶ୍ବବିଦ୍ୟାଳୟରେ ଅତ୍ୟନ୍ତ ଅଭାବନୀୟ ଘଟଣା ପ୍ରକାଶ ପାଇଛି । ଏହି ବିଶ୍ବବିଦ୍ୟାଳୟର ୬୦ ଜଣ ଛାତ୍ରୀଙ୍କ ଗଗଝ ଭାଇରାଲ ହୋଇଛି । ଏଠାରେ ପଢୁଥିବା ଜଣେ ଛାତ୍ରୀ ଅନ୍ୟ ଛାତ୍ରୀଙ୍କମାନଙ୍କ ଗାଧୋଇବା ସମୟର ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହାସହିତ ସମ୍ପୃକ୍ତ ଛାତ୍ରୀ ଭିଡିଓଗୁଡିକୁ ନିଜର ଜଣେ ପୁରୁଷ ବନ୍ଧୁଙ୍କ ନିକଟକୁ ପଠାଇଛନ୍ତି । ନିଜର ଆପତ୍ତିଜନକ ଭିଡିଓ ଭାଇରାଲ ହେବା ପରେ କଲେଜର ୬୦ ଛାତ୍ରୀଙ୍କୁ ମଧ୍ୟରେ ୮ ଜଣ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।
     ସେପଟେ କିଛି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବାର ଖବର ମିଳିଥିବା ବେଳେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ଖଣ୍ଡନ କରିଛନ୍ତି । 
     ଘଟଣାକ୍ରମ ଅନୁଯାୟୀ, ବିଶ୍ବବିଦ୍ୟାଳୟ ଜଣେ ଛାତ୍ରୀ ହଷ୍ଟେଲର ୬୦ ଜଣ ଛାତ୍ରୀଙ୍କ ଗାଧୁଆ ସମୟର ଭିଡିଓ ଉତ୍ତୋଳନ କରିଥିଲେ । ଏହାକୁ ସେ ଶିମଲା ରହୁଥିବା ଜଣେ ଯୁବକଙ୍କ ନିକଟରୁ ପଠାଇଥିଲେ । ସେହି ଯୁବକ ଭିଡିଓ ଗୁଡିକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହି ଲଜ୍ଜା ସହ୍ୟ କରିନପାରି ୮ ଜଣ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଶନିବାର ମଧ୍ୟରାତ୍ରି ପ୍ରାୟ ସାଢେ ୨ଟା ସମୟରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଛାତ୍ରଛାତ୍ରୀ କଲେଜ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଭଙ୍ଗାରୁଜା କରିଥିଲେ । ତେବେ ଭିଡିଓ କରିଥିବା ଅଭିଯୁକ୍ତ ଛାତ୍ରୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି । ଏହି ମାମଲାରେ ତଦନ୍ତ ଆରମ୍ଭ ହୋଇଛି ।

    Maximum 500 characters

    ଘରକରଣ View all

    Find Us on Facebook