Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବିଧାୟକ ଓ ସରକାରୀ ଅଫିସରମାନଙ୍କ କ୍ୱାର୍ଟର୍ସ ,ବ୍ୟୟ ହେବ ୫୧୦କୋଟି

    Share on :
    ajab-Image
    Date: Sep 23, 2022    Views: 3057

    ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ୟୁନିଟ୍ -୪ ଅଂଚଳରେ ଥିବା ବିଧାୟକ କଲୋନୀରେ ବିଧାୟକ ଓ ସରକାରୀ ଅଫିସରମାନଙ୍କ ନିମନ୍ତେ ୩୦୦ଟି କ୍ୱାର୍ଟର୍ସ ନିର୍ମାଣ ହେବ । ଏଥିପାଇଁ ୫୧୦କୋଟି ଟଙ୍କା ବ୍ୟୟ ହେବ ଓ କେଇସି ଇଣ୍ଟରନ୍ୟାସନାଲ ଲିଃ ନାମକ ସଂସ୍ଥା ଏହି କାର୍ୟ୍ୟ ନିମନ୍ତେ ଟେଣ୍ଡର ନେଇଛି । ରାଜ୍ୟ କ୍ୟାବିନେଟ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।

    ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ପୂର୍ତ୍ତ ବିଭାଗ ପକ୍ଷରୁ ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଭୁବନେଶ୍ୱରର ୟୁନିଟ-୪ ଅଂଚଳରେ ଥିବା ବିଧାୟକ କଲୋନୀରେ ୧୦୫ଟି ଟାଇପ୍ -୭ ଓ ୧୯୫ଟି ଟାଇପ୍ -୬ ସରକାରୀ କ୍ୱାର୍ଟର୍ସ ନିର୍ମାଣ ନିମନ୍ତେ କେଇସି ଇଣ୍ଟରନ୍ୟାସନାଲ ଲିଃର ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହି ସଂସ୍ଥା ୩୦ମାସ ମଧ୍ୟରେ ଉକ୍ତ ନିର୍ମାଣ କାର୍ୟ୍ୟକୁ ସମ୍ପୂର୍ଣ୍ଣ କରିବ ।
    ତେବେ ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୂର୍ବରୁ ଏହି ବିଧାୟକ କଲୋନୀରେ ୧୦ମହଲା ଓ ୧୧ମହଲାର କୋଠା ନିର୍ମାଣ ହେବ । ସେଥିରେ ମୋଟ ୩୦୦ଟି କ୍ୱାର୍ଟର୍ସ ରହିବ । ଯେଉଁଥିରେ ବିଧାୟକମାନଙ୍କ ପାଇଁ ୧୦୫ଟି ଟାଇପ-୭ ଘର ରହିବ ଓ ବାକି ୧୯୫ଟି ଘର ଆଇଏଏସ୍ ଓ ବରିଷ୍ଠ ଅଫିସରଙ୍କ ନିମନ୍ତେ ଉଦ୍ଦିଷ୍ଟ ରହିବ । ଏହି କଲୋନୀର ପ୍ରସ୍ତାବିତ ଯୋଜନାରେ ମାର୍କେଟ ବିଲିଡିଂ, ମେଡିକାଲ ଓ ଏକକାଳୀନ ୨ହଜାର ଲୋକଙ୍କ ଖାଇବା ସୁବିଧା ଭଳି ବ୍ୟବସ୍ଥା ମଧ୍ୟ ରହିବ ।

    ସୂଚନାଯୋଗ୍ୟ, ତତକାଳୀନ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଚଳିତବର୍ଷ ମାର୍ଚ୍ଚ ୧୪ ତାରିଖରେ ଏହି ବିଧାୟକ କଲୋନୀର ନୂତନ କୋଠା ନିର୍ମାଣ କାର୍ୟ୍ୟର ସମୀକ୍ଷା କରି ଗଣମାଧ୍ୟମକୁ କହିଥିଲେ ଯେ, ଉକ୍ତ ପ୍ରକଳ୍ପ ନିମନ୍ତେ ମୋଟ ୨୭୫କୋଟି ଟଙ୍କା ବ୍ୟୟବରାଦ ରହିଛି । ଏଥିରୁ ୫୦କୋଟି ଟଙ୍କା ଓବିସିସିକୁ ସ୍ଥାନାନ୍ତର କରାଯାଇ ସାରିଛି । ବାକି ୨୨୫କୋଟି ଟଙ୍କା ଅର୍ଥ ବିଭାଗ ଯୋଗାଇ ଦେବ । ଏହି ପ୍ରକଳ୍ପ ନିର୍ମାଣ ଟେଣ୍ଡରରେ ବଡ଼ ବଡ଼ କମ୍ପାନୀ ମଧ୍ୟ ସାମିଲ ହୋଇଛନ୍ତି । ଆସନ୍ତା ୨୦୨୪ ସେପ୍ଟେମ୍ବର ମାସ ସୁଦ୍ଧା ଏହି କୋଠା ନିର୍ମାଣ ଶେଷ ହେବ ।

    Maximum 500 characters

    ତାଜା ଖବର View all

    Find Us on Facebook