Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କେରଳର କାଜିଆ ଲିଜ୍ ମାଜୋ ମିସ୍ ୟୁନିଭର୍ସ ଇଣ୍ଡିଆ

    Share on :
    ajab-Image
    Date: Aug 24, 2026    Views: 2593

    ଜୟପୁର: ମିସ୍ ୟୁନିଭର୍ସ ଇଣ୍ଡିଆ 2026ର ମୁକୁଟ ପିନ୍ଧିଛନ୍ତି କାଜିଆ ଲିଜ୍ ମାଜୋ  । ପିଙ୍କ୍ ସିଟି ଜୟପୁରରେ ଆୟୋଜିତ ମିସ୍ ୟୁନିଭର୍ସ ଇଣ୍ଡିଆ ଗ୍ରାଣ୍ଡ ଫିନାଲେରେ 52 ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ କେରଳର 19 ବର୍ଷୀୟା କାଜିଆ 'ମିସ୍ ୟୁନିଭର୍ସ ଇଣ୍ଡିଆ 2026' ଟାଇଟଲକୁ ନିଜ ନାମରେ କରିଛନ୍ତି । ଚଳିତ ବର୍ଷ ଶେଷ ଭାଗରେ ପୁଏର୍ଟୋ ରିକୋ (Puerto Rico)ରେ ଅନୁଷ୍ଠିତ ହେବାକୁ ଥିବା 75ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବେ କାଜିଆ ।

    ମିସ୍ ୟୁନିଭର୍ସ ଇଣ୍ଡିଆ 2026 ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ବିଭିନ୍ନ ରାଜ୍ୟରୁ 52 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ରାତି ପ୍ରାୟ 2:50ରେ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା । କାଜିଆ ତାଙ୍କର ସ୍ପଷ୍ଟବାଦୀ ଶୈଳୀ ଏବଂ ବୁଦ୍ଧିମତାରେ ସମସ୍ତ ବିଚାରକଙ୍କୁ ପ୍ରଭାବିତ କରି ମୁକୁଟ ଜିତିଛନ୍ତି । ମିସ୍ ୟୁନିଭର୍ସ ଇଣ୍ଡିଆ 2025 ବିଜେତା ମନିକା ବିଶ୍ୱକର୍ମା କେରଳର କାଜିଆ ଲିଜ୍ ମାଜୋଙ୍କୁ ମୁକୁଟ ପିନ୍ଧାଇଥିଲେ । ସେହିପରି ତାମିଲନାଡୁର ବୈଷ୍ଣବୀ ଗଣେଶ ପ୍ରଥମ ରନର୍ସ ଅପ୍ ହୋଇଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook