Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମେକ୍ସିକୋର ଫାତିମା ବୋସ୍‌ ପିନ୍ଧିଲେ ମିସ୍ ୟୁନିଭର୍ସ ମୁକୁଟ

    Share on :
    ajab-Image
    Date: Nov 21, 2025    Views: 3490

    ନୂଆଦିଲ୍ଲୀ; ୭୪ତମ ମିସ୍ ୟୁନିଭର୍ସର ଫଳାଫଳ ଘୋଷଣା ହୋଇଛି  । ଥାଇଲାଣ୍ଡର ବ୍ୟାଙ୍କକ୍‌ରେ ବ୍ରହ୍ମାଣ୍ଡ ସୁନ୍ଦରୀ ୨୦୨୫ର ଫାଇନାଲ ଅନୁଷ୍ଠିତ ହୋଇଥିଲା । ମେକ୍ସିକୋର ଫାତିମା ବୋସ୍‌ ବ୍ରହ୍ମାଣ୍ଡ ସୁନ୍ଦରୀ ବିଜୟ ମୁକୁଟ ପିନ୍ଧିଛନ୍ତି । ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଭେନେଜୁଏଲାର ଷ୍ଟେଫାନି ଆବାସାଲି । ତୃତୀୟ ସ୍ଥାନରେ ଫିଲିପାଇନ୍ସର ଅହତିସା ମାନାଲୋ ରହିଥିବାବେଳେ ଚତୁର୍ଥରେ କୋଟେ ଡି ଆଇଭୋଏର୍‌ର ଅଲିଭିଆ ୟାକେ ରହିଛନ୍ତି । ସେହିପରି ୧୨ ନମ୍ବରରେ ବି ରହିପାରିଲେ ନାହିଁ  ଭାରତର ମନିକା ବିଶ୍ୱକର୍ମା ।
     ଫାତିମା ବୋଶ୍ ଫର୍ଣ୍ଣାଣ୍ଡିଜ୍ ୧୯ ମଇ ୨୦୦୦ ମସିହାରେ ମେକ୍ସିକୋର ତେପାରେ ଜନ୍ମଗ୍ରହଣ କରିଥିଲେ । ସେ ତାବାସ୍କୋର ଭିଲାହେର୍ମୋସାରେ ପାଠପଢ଼ା ଆରମ୍ଭ କରିଥିଲେ। ଏହାପରେ ସେ ୟୁନିଭର୍ସିଡାଡ୍ ଇବେରୋଆମେରିକାନାରେ ଫ୍ୟାଶନ୍ ଡିଜାଇନ୍ କୋର୍ସ କରିଥିଲେ। ତାଙ୍କର ବୟସ ୨୫ ବର୍ଷ । ଉଚ୍ଚତା ୫ ଫୁଟ ୯ ଇଞ୍ଚ। ସେ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଇତିହାସ ସୃଷ୍ଟି କରିଥିବା ତବାସ୍କୋର ପ୍ରଥମ ମହିଳା ।
    ୨୦୨୫ ମିସ୍ ୟୁନିଭର୍ସରେ ଭାରତକୁ ପ୍ରତିନିଧିତ୍ବ କରିଥିଲେ ମନିକା ବିଶ୍ବକର୍ମା । ମନିକା ଲଗାତାର ନିଜ୍ ଲୁକ୍ ଓ ୱାକିଙ୍ଗରେ ବିଚାରକଙ୍କ ମନ ଜିତିଥିଲେ । ତେଣୁ ଭାରତୀୟଙ୍କ ପୂରା ବିଶ୍ବାସ ଥିଲା ଯେ ଏଥର ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ମନିକାଙ୍କ ମଥାରେ ହିଁ ସାଜିବ । ହେଲେ ଭାରତୀୟଙ୍କୁ ନିରାଶ ହେବାକୁ ପଡିଛି । ଭାରତର ୨୨ ବର୍ଷୀୟ ମନିକା ବିଶ୍ୱକର୍ମା ଏହି ପ୍ରତିଯୋଗିତାରେ ଟପ୍ ୧୨ରେ ବି ସ୍ଥାନ ହାସଲ କରିପାରିଲେ ନାହିଁ । ବିଭିନ୍ନ ଦେଶର ୧୦୦ରୁ ଅଧିକ ସୁନ୍ଦରୀଙ୍କ ସହ ପ୍ରତିଯୋଗୀଙ୍କ କରିଥିଲେ । ହେଲେ ଶ୍ରେଷ୍ଠ ୧୨ରେ ସ୍ଥାନ ହାସଲ କରିପାରିନାହାନ୍ତି । ଶ୍ରେଷ୍ଠ ୧୨ରେ ଚିଲି, କ୍ୱୁବା, କଲୋମ୍ବିଆ, ଚୀନ, ଥାଇଲାଣ୍ଡ ଆଦି ଦେଶର ସୁନ୍ଦରୀମାସେ ସ୍ଥାନ ପାଇଛନ୍ତି ।

    ​​​​​​​ମିସ୍‌ ୟୁନିଭର୍ସ ୨୦୨୪ ଡେନ୍‌ମାର୍କର ଭିକ୍ଟୋରିଆ କେଜର ଥେଲବିଗ୍ ଗତ ବର୍ଷ ନଭେମ୍ବର ୧୬ରେ ବ୍ରହ୍ମାଣ୍ଡ ସୁନ୍ଦରୀ ବିଜୟ ମୁକୁଟ ପିନ୍ଧିଥିଲେ । ଏବଂ ସେ ଏହି ମୁକୁଟ ଜିତିଥିବା ଦେଶର ପ୍ରଥମ ମହିଳା ଥିଲେ । ସେ ଫାତିମାଙ୍କୁ ମିସ୍ ୟୁନିଭର୍ସ ୨୦୨୫ର ବିଜୟ ମୁକୁଟ ପିନ୍ଧାଇଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook