ମୁଖ୍ୟ ଖବର
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଚାଲିଛି କ’ଣ? ସର୍ବସମ୍ମୁଖରେ ଜଣେ ଯୁବତୀଙ୍କୁ ଯେଭଳି ଅସଦାଚରଣ କରିଛନ୍ତି ଅସାମାଜିକ। ଯାହାର ଭିଡ଼ିଓ ଭାଇରାଲ୍ ହେବା ପରେ ବଢ଼ିଛି ଆତଙ୍କ। ପ୍ରାଥମିକ ସୂଚନା ଅନୁଯାୟୀ, ଏକ ପାର୍କରେ ଖୁଲମଖୁଲା ଅସଦାଚରଣ କରିଛନ୍ତି ଦୁର୍ବୃତ୍ତ। ପୁରୁଷ ବନ୍ଧୁଙ୍କ ସାମ୍ନାରେ ଯୁବତୀଙ୍କୁ ଟଣାଓଟରା ବେଳର ଭିଡ଼ିଓ ଏବେ ଭାଇରାଲ୍ ହୋଇଛି।
କ୍ୟାପିଟାଲ ଥାନା ଅନ୍ତର୍ଗତ ଏକ ପାର୍କରେ ଏହି ଘଟଣା ଘଟିଥିବା ପ୍ରାଥମିକ ଭାବେ କୁହାଯାଉଛି। ଏଥିରେ ୨ରୁ ୩ ଜଣ ଦୁର୍ବତ୍ତ ଦୁର୍ବ୍ୟବହାର କରିଥିବା ଦେଖିବାକୁ ମିଳିଛି ଭିଡ଼ିଓରେ। କ୍ୟାପିଟାଲ ଥାନାରେ ଏ ସଂପର୍କରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି। ତେବେ ଏନେଇ ପୋଲିସ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି।
Comments ସମସ୍ତ ମତାମତ