Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଦର୍ପଣ ସକାରାତ୍ମକ ଶକ୍ତିକୁ ବୃଦ୍ଧି କରିଥାଏ

    Share on :
    ajab-Image
    Date: Nov 8, 2023    Views: 11639

    ଦର୍ପଣ ଆମର ଦୈନନ୍ଦିନ ଜୀବନରେ କାମରେ ଲାଗୁଥିବା ଏକ ମହତ୍ୱପୂର୍ଣ୍ଣ ବସ୍ତୁ ଅଟେ  । ବାସ୍ତୁଶାସ୍ତ୍ର ଅନୁସାରେ, ଦର୍ପଣ ଘରେ ସକାରାତ୍ମକ ଶକ୍ତିକୁ ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ  । ଦର୍ପଣର ଏପରି କିଛି ଲାଭ ମଧ୍ୟ ରହିଛି, ଯାହା ଦ୍ୱାରା ଜଣେ ନିଜ ଘରେ ଧନ, ପ୍ରସନ୍ନତା ତଥା ଖୁସିକୁ ବୃଦ୍ଧି କରିପାରିବେ । ଏଥିପାଇଁ ବାସ୍ତୁ ଶାସ୍ତ୍ରରେ ଏହାର ଠିକ୍ ଭୁଲ୍ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି  । ଭୁଲ୍ ଦିଗ କିମ୍ବା ଭୁଲ୍ ଆକୃତିର ଦର୍ପଣ ଅସୁବିଧାର କାରଣ ହୋଇପାରେ । ତେବେ ଆସନ୍ତୁ ଜାଣିବା, ଦର୍ପଣ ଦ୍ୱାରା କିପରି ଦୂର କରି ହେବ ଆର୍ଥିକ ସମସ୍ୟା

    ଯେଉଁମାନେ ଧାରକରଜ ମଧ୍ୟରେ ଛନ୍ଦି ହୋଇ ରହୁଛନ୍ତି, ସେମାନେ ଡାଇନିଂ ଟେବୁଲ୍ ସାମ୍ନାରେ ଦର୍ପଣ ଲଗାଇବା ଉଚିତ । ତେବେ ଦର୍ପଣକୁ ଏପରି ଲଗାଇବା ଉଚିତ ଯେଉଁଥିରେ ଡାଇନିଂ ଟେବୁଲ୍ ସଂପୂର୍ଣ୍ଣ ଭାବେ ଦେଖାଯାଉଥିବ । ଏପରି କରିବା ଦ୍ୱାରା ଜୀବନ ଧନଧାନ୍ୟରେ ପୂରି ଉଠେ ବୋଲି କୁହାଯାଏ । ବାସ୍ତୁ ଅନୁସାରେ ଘରର ମୁଖ୍ୟଦ୍ୱାର ସମ୍ମୁଖରେ ଦର୍ପଣ ରଖୀବା ଅନୁଚିତ । ଏହାଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ସମସ୍ୟା ବଢିଥାଏ । ଘରର ଉତ୍ତର- ପୂର୍ବ ଦିଗରେ ଥିବା କାନ୍ଥରେ ଦର୍ପଣ ଲଗାଇବା ଉଚିତ । ଯେଉଁମାନଙ୍କ ବ୍ୟବସାୟରେ କ୍ଷତି ହେଉଛି, ସେମାନେ ଏହି ଦିଗରେ ଦର୍ପଣ ଲଗାଇବା ଉଚିତ ।  

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook