Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଆଉ ବିଳମ୍ବ ସମ୍ଭାବନା କମ୍‌: ଦଶହରା ପୂର୍ବରୁ ନୂଆ ରୂପ ନେଇପାରେ ମନ୍ତ୍ରିମଣ୍ଡଳ

    Share on :
    ajab-Image
    Date: Sep 20, 2025    Views: 3461

    ଭୁବନେଶ୍ୱର: ଦଶହରାକୁ ମିଳିବ କି ମନ୍ତ୍ରୀ ପଦ ଭେଟି? ଅପେକ୍ଷା କରି ରହିଛନ୍ତି ମନ୍ତ୍ରୀ ପଦ ଆଶାୟୀ । ଦଳରୁ ସିଗନାଲ୍‌ ମିଳିଛି, ଦଶହରା  ପୂର୍ବରୁ ନୂଆ ରୂପ ନେଇପାରେ ମନ୍ତ୍ରିମଣ୍ଡଳ । ସମ୍ଭବତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରହ୍ମପୁର ଗସ୍ତ ପରେ ଏ  ଦିଗରେ ବଡ଼ ଖବର ଆସିବ । ଏଥିପାଇଁ ଭିତରେ ଭିତରେ  ଭୁବନେଶ୍ୱରରୁ ଦିଲ୍ଲୀ ଯାଏଁ ପ୍ରସ୍ତୁତି ଜୋର୍‌ ଧରିଛି ।  

    ଦଳୀୟ ସୂତ୍ର ଅନୁସାରେ ଆଉ ବିଳମ୍ବ ସମ୍ଭାବନା  କମ୍‌ । ମୋହନ ସରକାରରେ ଖାଲି ଥିବା ୬ ମନ୍ତ୍ରୀ  ଆସନ ପୂରଣ ହେବା ସହ ମନ୍ତ୍ରିମଣ୍ଡଳକୁ ନୂଆ ରୂପ  ଦିଆଯିବ । ଏହାପରେ ତତ୍କାଳ ସଂଗଠନ ପୁନର୍ବିନ୍ୟାସ  ସହ ନିଗମ, ବୋର୍ଡ ନିଯୁକ୍ତି ପ୍ରକ୍ରିୟା ଆଗେଇବ ।  ଏପରିକି ସମ୍ଭାବ୍ୟ ମନ୍ତ୍ରୀ ତାଲିକା କାଳେ ପ୍ରସ୍ତୁତ  ସରିଛି । ଅନୁମୋଦନ କରିବେ ବିଜେପି ହାଇକମାଣ୍ଡ ।  

    ୨୦୨୪ ଜୁନ୍‌ ୧୨ରେ ମୋହନ ସରକାରଙ୍କ  ଶପଥ ସମାରୋହ ହୋଇଥିଲା । ସେବେଠାରୁ  ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୧୬ଜଣ ମନ୍ତ୍ରୀ ଅଛନ୍ତି ।  ସରକାରରେ ମୋଟ ୨୨ଜଣ ମନ୍ତ୍ରୀ ରହିପାରିବେ ।  ଅର୍ଥାତ୍‌ ଆରମ୍ଭରୁ ହିଁ ମନ୍ତ୍ରିମଣ୍ଡଳରେ ୬ଟି ଆସନ  ଖାଲି ଅଛି । ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ମନ୍ତ୍ରୀ  ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଛନ୍ତି । ପ୍ରଦର୍ଶନକୁ  ଏକମାତ୍ର ଯୋଗ୍ୟତା ମାପକାଠି ରଖିଛନ୍ତି ବିଜେପି  ନେତୃମଣ୍ଡଳୀ । ଏହି ଆଧାରରେ ମୋହନ ସରକାରଙ୍କ  ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାକୁ ଯାଉଛି । ଡବଲ୍‌  ଇଞ୍ଜିନ ସରକାର ଗତିରେ ବିଶ୍ୱାସ କରୁଥିବାବେଳେ  ଯେଉଁ ବିଭାଗ ପ୍ରଦର୍ଶନରେ ପଛୁଆ ପଡ଼ିଯାଇଥିବ,  ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣବେଳେ ସେଥିରେ ବଡ଼ ପରିବର୍ତ୍ତନ ହୋଇପାରେ । ପ୍ରଦର୍ଶନ ଆଧାରରେ ହିଁ  ନୂଆ ମନ୍ତ୍ରୀ ଚୟନ ସହ କିଛି ପୁରୁଣା ବଦଳିପାରନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook