ମୁଖ୍ୟ ଖବର
ଭୁବନେଶ୍ଵର : ଯାଜପୁରରେ ବିଜେଡିର ଚାଷୀ ଆନ୍ଦୋଳନ ନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ବଡ଼ ବୟାନ। କହିଲେ ବିଜେଡି ଆନ୍ଦୋଳନର ପ୍ରଭାବ ଯାଜପୁରରେ ପଡ଼ିବ ନାହିଁ କିମ୍ବା ଓଡ଼ିଶାରେ ବି ପଡ଼ିବ ନାହିଁ। ବିଜେଡି ୨୦୦ ଟଙ୍କା ଦେଇ ଆନ୍ଦୋଳନ କରିବାକୁ ଡାକି ଆଣୁଛି। ସେଭଳି ଲୋକ ବହୁତ ଅଛନ୍ତି, ତାଙ୍କର ଦଳ ନାହିଁ, ଯିଏ ଡ଼ାକିବ ଯିବେ, ଖାଇବେ ପିଇବେ ଆସିବେ। ଏବେ କହିଲେ ତିନିଘଣ୍ଟାରେ ୧୦ ହଜାର ଲୋକ ଗଦେଇ ଦେବି। ଚାଷୀ ୮୦୦ ଟଙ୍କା ପାଇଲେ ଘରେ ଆରାମରେ ଅଛନ୍ତି। ଚାଷୀ ତାଙ୍କ କାମରେ ଅଛନ୍ତି, ତାଙ୍କ ପାଖରେ ସମୟ କାହିଁ ? ଚାଷୀ ଏଠିକି କାହିଁକି ଆସିବେ ବୋଲି ସମବାୟ ମନ୍ତ୍ରୀ କହିଛନ୍ତି।
ସମବାୟ ମନ୍ତ୍ରୀ କହିଛନ୍ତି ଯେ, ଧାନ କିଣା ଯେମିତି ଚାଲିବା କଥା ଚାଲିଛି। ମିଲରମାନଙ୍କ ଷ୍ଟୋରେଜ କାପାସିଟି କମ୍ ଥିବାରୁ ଧାନ କିଣା କିଛି ସମୟ ପାଇଁ ଧୀର ହୋଇଯାଉଛି। ବିରୋଧୀ ଦଳ ଯାହା କହୁଛନ୍ତି ଠିକ ଠାକ ଚାଲିନି ତାହା ଭୁଲ୍। ତାଙ୍କ ବେଳେ ବେଠିକ୍ ଚାଲୁଥିଲା। ତାଙ୍କର କିଛି ସ୍ଥିତି ନାହିଁ, ତାଙ୍କର ଲୋକ କେହି ନାହାନ୍ତି। ଏବେ ସବୁ ବିଜେପିରେ। ତେଣୁ ତାଙ୍କ ମୁଣ୍ଡ ଖରାପ ହୋଇଯାଇଛି।
Comments ସମସ୍ତ ମତାମତ