Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପାଠ୍ୟପୁସ୍ତକରେ ଭୁଲ୍‌ ସଂଶୋଧନ ହୋଇ ପାଠପଢ଼ା ହେବ: ମନ୍ତ୍ରୀ

    Share on :
    ajab-Image
    Date: Jun 17, 2026    Views: 2181

    ଭୁବନେଶ୍ବର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ଭାବେ ପ୍ରକାଶିତ ସ୍କୁଲ ପାଠ୍ୟପୁସ୍ତକଗୁଡ଼ିକରେ ୧୬୭୮ଟି ଭୁଲ୍‌ ଏବଂ ତଥ୍ୟ ବିକୃତି ଘଟଣାକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେଡି ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ଏଭଳି କରି ଶିକ୍ଷା ବିଭାଗ ପିଲାଙ୍କ ଭବିଷ୍ୟତ ସହ ଖେଳୁଛି ବୋଲି ବିରୋଧୀ ଦଳମାନେ କହିଛନ୍ତି । 

    ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ନୂଆ ପାଠ୍ୟପୁସ୍ତକ ପ୍ରସ୍ତୁତ ହୋଇଛି । ସେଥିରେ ନିଶ୍ଚିତ ଭାବେ ତ୍ରୁଟି ରହିଛି । ଏ ବାବଦରେ ବିଭାଗ ଅବଗତ ରହିଛି । ଏଥିରେ ସଂଶୋଧନ ହୋଇ ପିଲାଙ୍କୁ ପାଠପଢ଼ା ଯିବ ଏ ବିଷୟରେ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ଯାହାବି ତ୍ରୁଟି ରହିଛି, ତାକୁ ସଂଶୋଧନ କରାଯିବ । ଯେଉଁଠି ତ୍ରୁଟି ରହିଛି, ଶିକ୍ଷକଙ୍କ ନଜରକୁ ଅଣାଯାଇଛି । ଶିକ୍ଷକମାନେ ଉକ୍ତ ତ୍ରୁଟିକୁ ସଂଶୋଧନ କରି ପାଠ ପଢ଼ାଇବେ ବୋଲି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ହୋଇଛି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook