Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମତ୍ସ୍ୟ ଚାଷ ଓ ପ୍ରାଣିପାଳନ କ୍ଷେତ୍ରରେ ରହିଛି ଅପାର ସମ୍ଭାବନା: ମୁଖ୍ୟ ଅତିଥି

    Share on :
    ajab-Image
    Date: Jan 23, 2026    Views: 2363

    ଭୁବନେଶ୍ୱର: “ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୬” ସଚେତନତା ଓ ଜ୍ଞାନ ବିନିମୟର ଏକ ମହାକୁମ୍ଭ ସାଜିଛି । ମତ୍ସ୍ୟ ଚାଷ ଓ ପ୍ରାଣି ପାଳନ କ୍ଷେତ୍ରରେ ଆମ ରାଜ୍ୟରେ ଅପାର ସମ୍ଭାବନା ରହିଛି ଏବଂ ଏହି କ୍ଷେତ୍ରର ବିକାଶରେ ବିକଶିତ ଓଡ଼ିଶା ଗଠନର ସ୍ଵପ୍ନ ସାକାର ହୋଇପାରିବ ବୋଲି ମାନ୍ୟବର ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଆଶା ବ୍ୟକ୍ତ କରିଛନ୍ତି ।  “ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୬”ର ଦ୍ଵିତୀୟ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ଅଭିଭାଷଣରେ ସେ ଏହା କହିଛନ୍ତି । 

    ତୃଣମୂଳ ସ୍ତରରେ ଯୋଜନାକୁ ପହଞ୍ଚାଇବା ପାଇଁ ଚଳିତ ଆର୍ଥିକ ବର୍ଷରେ ପ୍ରଥମଥର ପାଇଁ ଆମ ସରକାର “ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା” ଆୟୋଜନ କରିଛନ୍ତି । ଏବେ ରାଜ୍ୟସ୍ତରୀୟ “ମତ୍ସ୍ୟ-ପ୍ରାଣୀ ସମାବେଶ” ପ୍ରାଣିପାଳକ ଓ ମତ୍ସ୍ୟ ଚାଷୀଙ୍କ ଜ୍ଞାନ ଓ ଦକ୍ଷତା ବୃଦ୍ଧିରେ ସହାୟକ ହୋଇଛି । ଆଗାମୀ ଦିନରେ ମାଛ-ଦୁଗ୍ଧ-ଅଣ୍ଡା ଓ ମାଂସ ଉତ୍ପାଦନରେ ସ୍ୱାବଲମ୍ବୀ ହେବ ଦିଗରେ ଏହା ସହାୟକ ହେବ ବୋଲି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି । ଏହା ସହ କହିଛନ୍ତି, ଆମ ଯୋଜନାର ଟାର୍ଗେଟ ଅସୀମିତ ରହିଛି । ଏହାର ସୁଫଳ ନେବାକୁ ମତ୍ସ୍ୟଚାଷୀ ଓ ପ୍ରାଣିପାଳକଙ୍କୁ ସେ ଆହ୍ୱାନ ଜଣାଇଥିଲେ । 

    “ମତ୍ସ୍ୟ-ପ୍ରାଣୀ ସମାବେଶ”ରେ ପ୍ରଦର୍ଶିତ ଉନ୍ନତ ଜ୍ଞାନ କୌଶଳ ଓ ଆଧୁନିକ ଚାଷ ପଦ୍ଧତି ମତ୍ସ୍ୟଚାଷୀ ଓ ପ୍ରାଣିପାଳକଙ୍କ ଉତ୍ପାଦନ ଓ ରୋଜଗାର ବୃଦ୍ଧିରେ ସହାୟକ ବୋଲି ଏହି କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ଭୁବନେଶ୍ଵର ମେୟର ସୁଲୋଚନା ଦାସ କହିଥିଲେ ।  
      
    ଉତ୍କର୍ଷତା ହାସଲ କରିଥିବା ଅଗ୍ରଣୀ ମତ୍ସ୍ୟଚାଷୀ, ପ୍ରାଣିପାଳକ, କର୍ତ୍ତବ୍ୟନିଷ୍ଠ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ୯ ଟି ଜିଲ୍ଲାରୁ ୩,୦୦୦ ରୁ ଅଧିକ ମତ୍ସ୍ୟଚାଷୀ ଓ ପ୍ରାଣିପାଳକ ଯୋଗ ଦେଇଥିଲେ । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ ଆଲାମ, ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । 

    Maximum 500 characters

    ତାଜା ଖବର View all

    Find Us on Facebook