Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନିର୍ମାଣ କାର୍ଯ୍ୟ ସମୟସୀମା ମଧ୍ୟରେ କାର୍ଯ୍ୟ ସାରିବା ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

    Share on :
    ajab-Image
    Date: Jan 22, 2026    Views: 3439

    ଭୁବନେଶ୍ୱର: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଉନ୍ନୟନ ଯୋଜନା ଓ ପ୍ରକଳ୍ପଗୁଡ଼ିକର ସଠିକ୍ କାର୍ଯ୍ୟାନ୍ୱୟନ, ପ୍ରକଳ୍ପ-ଭିତ୍ତିକ ବଜେଟ୍ ବ୍ୟବହାର ଓ ସାମ୍ପ୍ରତିକ ସ୍ଥିତି ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବ୍ୟୟ ସମୀକ୍ଷା ବୈଠକ ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।

    ଏହି ସମୀକ୍ଷା ବୈଠକରେ ଚଳିତ ଆର୍ଥିକ ବର୍ଷରେ ଅନ୍ତ୍ଯୋଦୟ ଗୃହ ଯୋଜନା, ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା, ସହ ଅନ୍ୟାନ୍ୟ ମୁଖ୍ୟ ଗ୍ରାମୀଣ ଗୃହ ନିର୍ମାଣ ଓ ଗ୍ରାମୀଣ ଜଳ ଯୋଗାଣ ଯୋଜନାର ପ୍ରକଳ୍ପ-ଭିତ୍ତିକ ବଜେଟ୍ ବିନିଯୋଗ ଓ ବ୍ୟୟ ବ୍ୟବହାରକୁ ସବିସ୍ତୃତ ଭାବେ ସମୀକ୍ଷା କରାଯାଇଥିଲା। ଉପସ୍ଥିତ ଅଧିକାରୀମାନେ ପ୍ରକଳ୍ପଗୁଡ଼ିକର ଅଗ୍ରଗତି, ସ୍ଥିତି ଓ ବ୍ୟୟ ସମ୍ପର୍କିତ ସମସ୍ତ ତଥ୍ୟ ମାନ୍ୟବର ମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ।
     
    ଏହି ଅବସରରେ କମିଶନର-ତଥା-ଶାସନ ସଚିବ (ଭା.ପ୍ର.ସେ.) ଶ୍ରୀ ଗିରିଶ ଏସ୍.ଏନ୍ ଯୋଜନାଗୁଡ଼ିକର ତ୍ବରିତ କାର୍ଯ୍ୟାନ୍ୱୟନ ପାଇଁ ରଣନୀତି ଉପସ୍ଥାପନ କରିଥିଲେ। ବୈଠକରେ ମାନ୍ୟବର ମନ୍ତ୍ରୀ ଶ୍ରୀ ନାଏକ ଚଳମାନ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରି ପ୍ରକଳ୍ପ-ଭିତ୍ତିକ ବଜେଟ୍ ବ୍ୟବହାରକୁ ଗୁରୁତ୍ୱ ଦେବା, ସହିତ ସମସ୍ତ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଧିକାରୀମାନଙ୍କୁ କ୍ଷେତ୍ର ସ୍ତରରେ ଯାଇ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଯାଞ୍ଚ କରିବା ସହ ଆବଶ୍ୟକତା ଅନୁଯାୟୀ ଅନୁଦାନ ରାଶିର ସର୍ବୋତ୍ତମ ବ୍ୟବହାର ନିମନ୍ତେ ସ୍ପଷ୍ଟ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ଆହ୍ୱାନ କରିଥିଲେ। 

    ଏହି ବୈଠକରେ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ (ଭା.ପ୍ର.ସେ.) ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ,  ଅତିରିକ୍ତ ଶାସନ ସଚିବ (ଭା.ପ୍ର.ସେ.) ଶ୍ରୀମତୀ ମଧୁସ୍ମିତା ସାମଲ,  ସ୍ବତନ୍ତ୍ର ଶାସନ ସଚିବ (ଓ.ପ୍ର.ସେ.) ଶ୍ରୀମତୀ ଶୁଭ୍ରା ମହାନ୍ତି, ସ୍ବତନ୍ତ୍ର ଶାସନ ସଚିବ (ଓ.ପ୍ର.ସେ.) ଶ୍ରୀମତୀ ରାଜଶ୍ରୀ ସିଂ, ବିତ୍ତ ପରାମର୍ଶଦାତା-ତଥା-ସ୍ବତନ୍ତ୍ର ସଚିବ ଶ୍ରୀ ମାନୁନାଥ ସେଠି, ବିତ୍ତ ପରାମର୍ଶଦାତା-ତଥା-ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ରଞ୍ଜିତା ମାହାନ୍ତି, ସର୍ବୋଚ୍ଚ ଯନ୍ତ୍ରୀ ଇଂ. ରତ୍ନାକର ସିଆଳଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ। 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook