Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଏଣିକି ହସ୍ପିଟାଲ କ୍ୟାଣ୍ଟିନରେ ମିଳିବ ମିଲେଟ୍

    Share on :
    ajab-Image
    Date: Nov 9, 2023    Views: 6240

    ଭୁବନେଶ୍ୱର: ଏଣିକି ହସ୍ପିଟାଲ କ୍ୟାଣ୍ଟିନରେ ମିଳିବ ମିଲେଟ୍ । ତା ସହିତ ୱାଓ ମୋମୋରେ ମଧ୍ୟ ମିଳିବ ମିଲେଟ୍ । ଏନେଇ ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜ୍ୟର କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ । ମିଳିଥିବା ସୂଚନା ମୁତାବକ, ଗତ ବର୍ଷ ୬ ଲକ୍ଷ ମେଟ୍ରିକ ଟନ୍ ମିଲେଟ୍ ସଂଗ୍ରହ କରାଯାଇଛି । ରାଜ୍ୟର ୩୦ ଜିଲ୍ଲାର ୧୭୭ ବ୍ଲକରେ ଏଥର ମିଲେଟ୍ ଚାଷ ହେଇଛି । ଅନ୍ୟପଟେ ରାଜ୍ୟରେ ଅଢେଇ ଲକ୍ଷ ହେକ୍ଟର ଜାଗାରେ ରାଗି ଚାଷ ହେଇଛି । ଆଉ ଦୁଇ ଲକ୍ଷ ଚାଷୀ ଏଥିରେ ଯୋଡି ହୋଇଛନ୍ତି ବୋଲି କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।

    ସୂଚନାଯୋଗ୍ୟ ଯେ, ଗୁରୁବାରଠୁ ଆରମ୍ଭ ହୋଇଛି ଦୁଇ ଦିନିଆ ମିଲେଟ୍ ସମ୍ବନ୍ଧୀୟ ଅନ୍ତର୍ଜାତୀୟ ସମ୍ମିଳନୀ । ଭୁବନେଶ୍ୱର ଜନତା ମଇଦାନରେ ଏହାକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମ୍ମିଳନୀରେ ପୁଷ୍ଟିଶସ୍ୟ ସମ୍ପର୍କିତ ଭିନ୍ନ ଭିନ୍ନ ଅଧିବେଶନ ଅନୁଷ୍ଠିତ ହେବ । ଏହି ଅନ୍ତର୍ଜାତୀୟ ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଆଧୁନିକ ଯୁଗର ଆହ୍ୱାନ ନିମନ୍ତେ ପ୍ରାଚୀନ ଶସ୍ୟ-ମିଲେଟସ୍’ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook