Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଜିଠୁ ଅମୁଲ, ମଦର ଡେରୀ କ୍ଷୀର ମହଙ୍ଗା

    Share on :
    ajab-Image
    Date: Nov 12, 2026    Views: 2904

    ନୂଆଦିଲ୍ଲୀ: ପ୍ରମୁଖ ଦୁଗ୍ଧ ବ୍ରାଣ୍ଡ ଅମୁଲ ଏବଂ ମଦର ଡେରୀ ଗୁରୁବାରଠାରୁ କ୍ଷୀର ଦର ଲିଟର ପ୍ରତି ୨ରୁ ୪ ଟଙ୍କା ବୃଦ୍ଧି କରିଛନ୍ତି। ଚାଷୀଙ୍କଠାରୁ ଅଧିକ ଦରରେ କ୍ଷୀର କିଣା ସମେତ ଉତ୍ପାଦନ ଖର୍ଚ୍ଚ ବଢ଼ିଥିବାରୁ ମୂଲ୍ୟ ବୃଦ୍ଧି କରିବାକୁ କମ୍ପାନୀ ନିଷ୍ପତ୍ତି ନେଇଛି। ସର୍ୱାଧିକ ବିକ୍ରି ହେଉଥିବା ଅମୁଲ ତାଜା ଟୋନ୍‌ଡ ମିଲ୍କ ଲିଟର ପ୍ରତି ୨ ଟଙ୍କା ଏବଂ ଅମୁଲ ଗୋଲ୍ଡ ମିଲ୍ଡ ୪ ଟଙ୍କା ବଢ଼ାଯାଇଛି। ଗତ ମେ’ରେ ଗୁଜରାଟ କୋ-ଅପରେଟିଭ୍‌ ମିଲ୍କ ମାର୍କେଟିଂ ଫେଡେରେଶନ ଏବଂ ମଦର ଡେରୀ ଖୁଚୁରା କ୍ଷୀର ଦର ବଢ଼ାଇଥିଲା। ଗତ ମାସରେ କର୍ନାଟକର ଲୋକପ୍ରିୟ ଡେରୀ ବ୍ରାଣ୍ଡ ନନ୍ଦିନୀ ମଧ୍ୟ କ୍ଷୀର ଦାମ୍‌ ବୃଦ୍ଧି କରିଥିଲା।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook