Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ୮୧ ପିଲାଙ୍କୁ ୧ ଲିଟର କ୍ଷୀର

    Share on :
    ajab-Image
    Date: Nov 30, 2019    Views: 1499

    ଲକ୍ଷ୍ନୌ : ୟୁପିର ସୋନଭଦ୍ର ଜିଲ୍ଲା ଅନ୍ତର୍ଗତ ଛୋପନ ଅଞ୍ଚଳରେ ଥିବା ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମିଡ-ଡେ ମିଲ୍‍ ସ୍କିମରେ ବ୍ୟାପକ ଅନିୟମିତତା ହେଉଥିବାର ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ, କରାଯାଇଛି କି, ଗତ ବୁଧବାର ଏହି ସ୍କୁଲରେ ଉପସ୍ଥିତ ୮୧ ପିଲାଙ୍କ ପାଇଁ ମାତ୍ର ଏକ ଲିଟର କ୍ଷୀର ଅଣାଯାଇଥିଲା । ସେଥିରେ ବାଲଟିଏ ପାଣି ମିଶାଇ ତାକୁ ସବୁ ପିଲାଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା । ସେଇ ସ୍କୁଲରେ ମଧ୍ୟାହ୍ନ ଭୋଜନରେ ତେହରି (ଚାଉଳରେ ତିଆରି ଏକ ପ୍ରକାର ଖାଦ୍ୟ) ସାଙ୍ଗକୁ କ୍ଷୀର ଦିଆଯାଇଥାଏ । ମାତ୍ର ସ୍କୁଲ କର୍ତ୍ତୃପକ୍ଷଙ୍କ ଅନିୟମିତତା ଯୋଗୁ ପିଲାମାନଙ୍କୁ ଭଲ ଭାବେ କ୍ଷୀର ଏବଂ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ଯୋଗାଇ ଦିଆଯାଉଛି । ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ପୂର୍ବରୁ ଏହି ସ୍କୁଲରେ ଏଭଳି ଅନିୟମିତତା  ହୋଇଆସୁଛି । ଏହି ଘଟଣାକୁ ନେଇ ପୁଲିସ ନିକଟରେ ଅଭିଯୋଗ ହୋଇଥିଲା ବେଳେ ସ୍ଥାନୀୟ ପ୍ରଶାସନ ଏବଂ ଶିକ୍ଷା ବିଭାଗଦ୍ୱାରା ମଧ୍ୟ ଏହାର ଯାଞ୍ଚ ଆରମ୍ଭ କରାଯାଇଛି ଏବଂ ଦୋଷୀ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି ।

    Maximum 500 characters

    ଅଜବ View all

    Find Us on Facebook