Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଭୁବନେଶ୍ୱରରେ ମେଟ୍ରୋର ଆବଶ୍ୟକତା ରହିଛି-ପିସିସି ସଭାପତି

    Share on :
    ajab-Image
    Date: Apr 6, 2026    Views: 2487

    ଭୁବନେଶ୍ୱର: ଦିନକୁ ଦିନ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଉଛି ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ଭବିଷ୍ୟତ । ୨୫ ବର୍ଷ କ୍ଷମତାରେ ଥିବା ବିଜୁ ଜନତା ଦଳର ସରକାର ଶେଷ ପାଳିରେ ଲୋକଙ୍କୁ ଦେଖାଇଥିଲେ ମେଟ୍ରୋ ସ୍ୱପ୍ନ । ଅର୍ଥାତ ଭୁବନେଶ୍ୱର-କଟକ ଦ୍ୱୈତ ନଗରୀରେ ଚାଲିବ ମେଟ୍ରୋ ଟ୍ରେନ । ଲୋକମାନଙ୍କ ଗମନାଗମନର ସୁବିଧା ପାଇଁ ତଥା ଉଭୟ ସହରର ପରିବେଶକୁ ଆକୃଷ୍ଟ କରିବା ଏବଂ ଖାସକରି ବଢୁଥିବା ଜନସଂଖ୍ୟାକୁ ଗୁରୁତ୍ୱ ଦେଇ ତାର ଆବଶ୍ୟକତାକୁ ପୂରଣ କରିବା ପାଇଁ ମେଟ୍ରୋ ପ୍ରକଳ୍ପକୁ ବାସ୍ତବ ରୂପ ଦେବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ନବୀନ ସରକାର । କିନ୍ତୁ ଏବେ କ୍ଷମତାରେ ଥିବା ଡବଲ ଇଞ୍ଜିନ ସରକାର ପ୍ରକଳ୍ପର ସଠିକ ରୂପାୟନ ଉପରେ ପ୍ରଶ୍ନ ଉଠାଇ ଏହି ପ୍ରକଳ୍ପ ଚୁକ୍ତି ବାତିଲ କରିଛନ୍ତି ଯାହାକୁ ନେଇ ମୁଣ୍ଡ ଟେକିଛି ରାଜନୀତି । 

    ମେଟ୍ରୋ ପ୍ରସଙ୍ଗରେ ମତ ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସରକାରଙ୍କ ମେଟ୍ରୋ ନ କରିବା ନିଷ୍ପତ୍ତି ରାଜ୍ୟର ଉନ୍ନତିରେ ଏକ ବଡ ବାଧା । ପିସିସି ସଭାପତି କହିଛନ୍ତି ବିନା ମେଟ୍ରୋରେ ରାଜ୍ୟ ବିକାଶ ହୋଇପାରିବ ନାହିଁ । "ସରକାର ସହରକୁ ସହର କମ୍ୟୁନିକେସନ କେମିତି ଯୋଗାଇବେ । ଅଫିସ ସମୟରେ କଟକ-ଭୁବନେଶ୍ୱର ଗମନାଗମନ ବହୁତ ଟ୍ରାଫିକ ଜାମ ହେଉଛି । ଏହାର ସମାଧାନ ସରକାରଙ୍କ ପାଖରେ ଅଛି କି ? ରାଜ୍ୟରେ ମେଟ୍ରୋ ଚଳାଚଳର ଆବଶ୍ୟକତା ଯାହା ଅଛି ଆଜି ନ ହେଲେ ବି କାଲି ସରକାରଙ୍କୁ ମେଟ୍ରୋ କରିବାକୁ ପଡିବ । ଭୁବନେଶ୍ୱରରେ ମେଟ୍ରୋର ଆବଶ୍ୟକତା ରହିଛି," ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।

    Maximum 500 characters

    ରାଜନୀତି View all

    Find Us on Facebook