Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମେଟ୍ରୋ ନ ରହିଲେ କୌଣସି ରାଷ୍ଟ୍ର ବ୍ୟବସାୟ ପାଇଁ ଆସିବେ ନାହିଁ -ବିଜେଡି

    Share on :
    ajab-Image
    Date: Apr 6, 2026    Views: 2995

    ଭୁବନେଶ୍ୱର: ଦିନକୁ ଦିନ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଉଛି ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ଭବିଷ୍ୟତ । ୨୫ ବର୍ଷ କ୍ଷମତାରେ ଥିବା ବିଜୁ ଜନତା ଦଳର ସରକାର ଶେଷ ପାଳିରେ ଲୋକଙ୍କୁ ଦେଖାଇଥିଲେ ମେଟ୍ରୋ ସ୍ୱପ୍ନ । ଅର୍ଥାତ ଭୁବନେଶ୍ୱର-କଟକ ଦ୍ୱୈତ ନଗରୀରେ ଚାଲିବ ମେଟ୍ରୋ ଟ୍ରେନ । ଲୋକମାନଙ୍କ ଗମନାଗମନର ସୁବିଧା ପାଇଁ ତଥା ଉଭୟ ସହରର ପରିବେଶକୁ ଆକୃଷ୍ଟ କରିବା ଏବଂ ଖାସକରି ବଢୁଥିବା ଜନସଂଖ୍ୟାକୁ ଗୁରୁତ୍ୱ ଦେଇ ତାର ଆବଶ୍ୟକତାକୁ ପୂରଣ କରିବା ପାଇଁ ମେଟ୍ରୋ ପ୍ରକଳ୍ପକୁ ବାସ୍ତବ ରୂପ ଦେବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ନବୀନ ସରକାର । କିନ୍ତୁ ଏବେ କ୍ଷମତାରେ ଥିବା ଡବଲ ଇଞ୍ଜିନ ସରକାର ପ୍ରକଳ୍ପର ସଠିକ ରୂପାୟନ ଉପରେ ପ୍ରଶ୍ନ ଉଠାଇ ଏହି ପ୍ରକଳ୍ପ ଚୁକ୍ତି ବାତିଲ କରିଛନ୍ତି ଯାହାକୁ ନେଇ ମୁଣ୍ଡ ଟେକିଛି ରାଜନୀତି । 
    ମେଟ୍ରୋ ବନ୍ଦ ହେବା ପରେ ବିଜେଡି ପ୍ରତିକ୍ରିୟା ଶୀଳ ହୋଇଛି । ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, "ମେଟ୍ରୋକୁ ବନ୍ଦ କରିବା ଦୁଃଖଦ । ଓଡ଼ିଶା ବୋଧେ ଆଉ ମେଟ୍ରୋ ଦେଖିବପାରିବ ନାହିଁ । ମେଟ୍ରୋ ପାଇଁ ୨୭୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଉଥିଲା । ଲୋକଙ୍କ ସରକାର ଲୋକଙ୍କ ପଇସା ବର୍ବାଦ କଲେ । ମେଟ୍ରୋ ଲୋକଙ୍କ ଆବଶ୍ୟକତା ରହିଛି । ସରକାର ଯିବ ଆସିବ । ଆମର ଗମନାଗମନ ନଥିବା ପରିତାପର ବିଷୟ । ମେଟ୍ରୋ ନ ରହିଲେ କୌଣସି ରାଷ୍ଟ୍ର ବ୍ୟବସାୟ ପାଇଁ ଆସିବେ ନାହିଁ । ମେଟ୍ରୋ ନ ଚଲେଇବା ସରକାରଙ୍କ ହୀନମାନ୍ୟତା । ବିଜେଡି କାଳେ ମାଇଲେଜ ନେଇ ଯିବ ସେଥିପାଇଁ ମେଟ୍ରୋକୁ ବନ୍ଦ କଲେ ।"

    Maximum 500 characters

    ରାଜନୀତି View all

    Find Us on Facebook