ମୁଖ୍ୟ ଖବର
ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ଭୁବନେଶ୍ବର ମେଟ୍ରେ ରେଳ ପ୍ରକଳ୍ପ ନେଇ ନୂଆଁ ଅପ୍ଡେଟ୍ ଆସିଛି। ରାଜ୍ୟ ସରକାର ଭୁବନେଶ୍ବରରେ ମେଟ୍ରୋ ଟ୍ରେନ୍ ବ୍ରିଜ୍ ଉପର ବଦଳରେ ମାଟି ଭିତର ଦେଇ ଚଳାଚଳ କରିବାକୁ ଯୋଜନା କରୁଛନ୍ତି। ଏଥି ପାଇଁ ପ୍ରାୟତଃ ପ୍ରସ୍ତୁତି ସଂପର୍କିତ ଆଲୋଚନା ମଧ୍ୟ ହୋଇସାରିଛି। କୋଲକାତା ମେଟ୍ରୋ ଟ୍ରେନ୍ ଭଳି ଭୁବନେଶ୍ବର ମେଟ୍ରୋ ରେଳ ଅଣ୍ଡରଗ୍ରାଉଣ୍ଡ ହେବ। ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ନେଇ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ରାଜଧାନୀରେ ଅଣ୍ଡରଗ୍ରାଉଣ୍ଡ ହେବ ମେଟ୍ରୋ। ମାଟି ତଳେ ଚାଲିବ ମେଟ୍ରୋ।
ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି, ରାଜ୍ୟର ରାଜଧାନୀ ଭୁବନେଶ୍ୱରର ଜନସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏହି କାରଣରୁ ଜନଗହଳି ବଢ଼ିବାରେ ଲାଗିଛି। ଭୁବନେଶ୍ବରରେ ଯେଉଁଭଳି ଭାବେ ଦିନକୁ ଦିନ ଭିଡ଼ ନିୟନ୍ତ୍ରଣ ବାହାରକୁ ଯାଉଛି, ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଡ଼ ପ୍ଲାନ୍ କରିଛନ୍ତି। ସେଥିପାଇଁ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପକୁ ଅଣ୍ଡରଗ୍ରାଉଣ୍ଡ କରାଯିବାକୁ ନିଷ୍ପତ୍ତି ହୋଇଛି।ରାଜ୍ୟର ରାଜଧାନୀ ଭୁବନେଶ୍ୱରର ଜନସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏହି କାରଣରୁ ଜନଗହଳି ବଢ଼ିବାରେ ଲାଗିଛି। ଭୁବନେଶ୍ବରରେ ଯେଉଁଭଳି ଭାବେ ଦିନକୁ ଦିନ ଭିଡ଼ ନିୟନ୍ତ୍ରଣ ବାହାରକୁ ଯାଉଛି, ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଡ଼ ପ୍ଲାନ୍ କରିଛନ୍ତି।
Comments ସମସ୍ତ ମତାମତ