Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଜାଣନ୍ତୁ ମେଥି ଶାଗର ଔଷଧିୟ ଗୁଣ

    Share on :
    ajab-Image
    Date: Oct 18, 2020    Views: 3072

    ଶୀତ ଋତୁ ଆରମ୍ଭ ହେଲେ ପରିବା ବଜାରରେ ଦେଖିବାକୁ ମିଳେ ବିଭିନ୍ନ ପ୍ରକାର ତଟକା ପନିପରିବା ଯାହା ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଫଳପ୍ରଦ । ଶୀତ ଋତୁରେ ବଜାରରେ ସବୁଜ ପନିପରିବା ସହ ବିଭିନ୍ନ ଶାଗ ମଧ୍ୟ ମିଳିଥାଏ । ଶାଗ ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ । ଏହା ମଧ୍ୟରେ ମେଥି ଶାଗ ଅନ୍ୟତମ । ମେଥିର ମଧ୍ୟ ବହୁ ଔଷଧୀୟ ଗୁଣ ରହିଛି  । ସେଥିପାଇଁ ମେଥି ଘରେ ଘରେ ଉପଲବ୍ଧ  । ସେହିଭଳି ମେଥି ଶାଗର ମଧ୍ୟ ଅନେକ ଗୁଣ ରହିଛି  । ମେଥି ଶାଗ ଶୀତରେ ଶରୀରକୁ ଗରମ ରଖିଥାଏ । ମେଥିରେ ତମ୍ବା, ପୋଟାସିୟମ, କ୍ୟାଲସିୟମ, ଲୌହ, ସେଲେନିୟମ, ମାଙ୍ଗାନିଜ ଏବଂ ମ୍ୟାଗନେସିୟମ୍ରେ ଭଳି ଖଣିଜ ରହିଛି  । ମେଥିରେ ବହୁତ ଭିଟାମିନ ମଧ୍ୟ ରହିଛି  । ତେବେ ମେଥି ଶାଗକୁ ରାନ୍ଧି କିମ୍ବା ପରଠା ତିଆରି କରି ଖାଇପାରିବେ । ମେଥି ଖାଇବା ସାମାନ୍ୟ ପିତା ।

    ଆସନ୍ତୁ ଜାଣିବା ମେଥି ଶାଗର ଉପାଦେୟ ଗୁଣ :- 
    ୧. ମେଥି ଶାଗ କିମ୍ବା ମେଥି ଦାନ ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଏଥିରେ ବହୁ ମାତ୍ରାରେ ପୋଟାସିୟମ ରହିଛି ଯାହାକି ରକ୍ତ ସଂଚାଳନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

    ୨. ଶରୀରରେ କୋଲେଷ୍ଟ୍ରୋଲ ମାତ୍ରା କମ କରିବାରେ ମେଥି ବହୁତ ଲାଭଦାୟକ ହୋଇଥାଏ । ଏଥିରେ ଲିପୋପ୍ରୋଟିନ ରହିଛି ଯାହା କୋଲେଷ୍ଟ୍ରୋଲର ମାତ୍ରା କମ କରିବାରେ ସାହାଯ୍ୟ କରିଥାଏ ।

    ୩. ମଧୁମେହ ରୋଗୀଙ୍କ ପାଇଁ ଉଭୟ ମେଥି ଶାଗ ଏବଂ ମେଥି ଦାନ ବହୁତ ଲାଭଦାୟକ । ଏଥିରେ ଏମିନୋ ଏସିଡ ରହିଛି ଯାହାକି ଇନସୁଲିନର ଉତ୍ପାଦନକୁ ବୃଦ୍ଧି କରିଥାଏ । ମେଥିରେ ଥିବା ଫାଇବର ବ୍ଲଡ଼ ସୁଗରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

    ୪. ମେଥି ଶାଗ ଗଣ୍ଠି ବାତ ବା ଗଣ୍ଠି ଜନିତ ରୋଗ ପାଇଁ ଲାଭଦାୟକ । ମେଥି ମଞ୍ଜିରେ କ୍ୟାଲସିୟମ, ଆଇରନ ଏବଂ ଫସଫରସ ରହିଛି ଯେଉଁଥିପାଇଁ ଶରୀର ପୀଡାରୁ ମୁକ୍ତି ମିଳିଥାଏ । ଯେଉଁମାନଙ୍କ ଗଣ୍ଠି ରୋଗ ରହିଛି ସେମାନଙ୍କୁ ପ୍ରତିଦିନ ମେଥି ଶାଗ ଖାଇବା ଉଚିତ ।

    ୫. ଖାଦ୍ୟ ଭଲ ଭାବେ ହଜମ ନହେଲେ ପେଟରେ ଯନ୍ତ୍ରଣା ହୋଇଥାଏ । ମେଥି ଶାଗ ଖାଇବା ଦ୍ୱାରା ପେଟ ସଫା ରହିଥାଏ । ଏହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ  ।

    ୬. ମେଥିରେ ପ୍ରୋଟିନ, ଫାଇବର, ପୋଟାସିୟମ, ଭିଟାମିନ-ସି ଏବଂ ଆଇରନ ରହିଛି ବୋଲି ଆମେ ପୂର୍ବରୁ ମଧ୍ୟ କହିଛୁ  । ମେଥି ଖାଇବା ଦ୍ୱାରା ଚୁଟି ଉପୁଡିବା କମିଥାଏ ଏବଂ ଚୁଟିର ମୂଳ ମଧ୍ୟ ଶକ୍ତ ହୋଇଥାଏ ।

    Maximum 500 characters

    ବିଶେଷ View all

    Find Us on Facebook