Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଏହି ଖାଦ୍ୟ ଖାଆନ୍ତୁ, ସ୍ମରଣ ଶକ୍ତି ବଢାନ୍ତୁ

    Share on :
    ajab-Image
    Date: Oct 18, 2020    Views: 2853

    ମସ୍ତିଷ୍କ ଶରୀରର ସମସ୍ତ କାର୍ୟ୍ୟକୁ ନିୟନ୍ତ୍ରଣ କରିଥାଏ। ଏହା ଶରୀରର ଅଙ୍ଗପ୍ରତ୍ୟଙ୍ଗକୁ ଯେଉଁ ପ୍ରକାରେ ସନ୍ଦେଶ ଦିଏ , ସେମାନେ ସେହିପ୍ରକାରେ କାର୍ୟ୍ୟ କରିଥାଆନ୍ତି। ବହୁ ସମୟରେ ସଠିକ ପୋଷକ ତତ୍ତ୍ୱ ନ ମିଳିବାରୁ ଆମ ସ୍ମରଣ ଶକ୍ତି ଉପରେ ଏହାର ପ୍ରଭାବ ପଡ଼ିଥାଏ। ଫଳରେ ଆମ ନିତିଦିନିଆ ଜୀବନରେ ମଧ୍ୟ ସମସ୍ୟା ଦେଖାଯାଏ। ଜାଣନ୍ତୁ କେଉଁ ପ୍ରକାରର ଖାଦ୍ୟ ଖାଇବା ଦ୍ୱାରା ଏହା ଆମ ମସ୍ତିଷ୍କ ପାଇଁ ସ୍ୱାସ୍ଥ୍ୟକର ହୋଇଥାଏ।

    ସବୁଜ ପନିପରିବା ଓ ଶାଗ –
    ପାଳଙ୍ଗ, ବ୍ରୋକୋଲି, ବନ୍ଧା କୋବି, ଧନିଆ ପତ୍ର, ପୁଦିନା ପତ୍ର ଆଦି ନିୟମିତ ଖାଇବା ଦ୍ୱାରା ମସ୍ତିଷ୍କ ପାଇଁ ଖୁବ ଲାଭଦାୟକ ଅଟେ।
    ଆମିଷ –
    ସପ୍ତାହକୁ ୨ ରୁ ୩ ଥର ଆମିଷ ମଧ୍ୟ ଖାଇବା ଉଚିତ।
    ଅଖରୋଟ –
    ଅଖରୋଟରେ ବହୁ ପୋଷକ ତତ୍ତ୍ୱ ରହିଥାଏ। ଯାହା ଆମ ମସ୍ତିଷ୍କ ପାଇଁ ଖୁବ ଲାଭଦାୟକ ଅଟେ। ଏଥିରେ ଭିଟାମିନ ଇ, କୋପର, ମାଙ୍ଗାନିଜ, ଫାଇବର ଆଦି ରହିଛି। ତେଣୁ ଏହାକୁ ଖାଇବା ଦ୍ୱାରା ମସ୍ତିଷ୍କ ସୁସ୍ଥ ରହିଥାଏ।

    ଲିଚୁ କୋଳି –
    ଲିଚୁ କୋଳି, ଜାମୁ କୋଳି ଆଦିରେ ଶକ୍ତିଶାଳୀ ଆଣ୍ଟିଅକ୍ସିଡ଼ାଣ୍ଟ ରହିଛି। ଏହାକୁ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ। ଏହା ସହ ମସ୍ତିଷ୍କକୁ ମଧ୍ୟ ଉପଯୁକ୍ତ ପ୍ରୋଟିନ ମିଳିବା ସହ ଶକ୍ତି ମଧ୍ୟ ମିଳିଥାଏ।

    Maximum 500 characters

    ବିଶେଷ View all

    Find Us on Facebook