Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟ ସମୀକ୍ଷା : ୨୦୨୫-୨୬ରେ ୮୯.୫ ପ୍ରତିଶତ ଅର୍ଥ ଖର୍ଚ୍ଚ

    Share on :
    ajab-Image
    Date: Apr 10, 2026    Views: 2730

    * ପୂର୍ବବର୍ଷର ସଫଳତାକୁ ଆଧାର କରି ଆହୁରି ଉଚ୍ଚ ଲକ୍ଷ୍ୟ ରଖନ୍ତୁ: ମନ୍ତ୍ରୀ 

    ଭୁବନେଶ୍ୱର:  ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ୨୦୨୫-୨୬ ବର୍ଷର କାର୍ଯ୍ୟର ସଫଳତା ଏବଂ ୨୦୨୬-୨୭ ବର୍ଷ ପାଇଁ ନୂତନ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି।

    ବୈଠକ ଆରମ୍ଭରେ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଯାମିନୀ ଷଡ଼ଙ୍ଗୀ ବିଭାଗୀୟ ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଥିଲେ। ଗତ ୨୦୨୫-୨୬ ଆର୍ଥିକ ବର୍ଷରେ ବିଭାଗ ପକ୍ଷରୁ ୮୯.୪୫ ପ୍ରତିଶତ ଅର୍ଥ ବିନିଯୋଗ କରାଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କାର୍ଯ୍ୟକାରୀ କରିବାରେ ଓଡ଼ିଶା ଦେଶରେ ୮ମ ସ୍ଥାନରେ ଥିବା ବେଳେ, ନୂତନ ଜ୍ଞାନକୌଶଳ ଓ ସାମଗ୍ରୀ ବ୍ୟବହାର କରି ରାସ୍ତା ନିର୍ମାଣ କରିବାରେ ଓଡ଼ିଶା ସାରା ଦେଶରେ ପ୍ରଥମ ସ୍ଥାନରେ ରହିଛି। ମାନ୍ୟବର ମନ୍ତ୍ରୀ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ।

    ପୂର୍ବବର୍ଷର ସଫଳତାକୁ ଆଧାର କରି ଆହୁରି ଉଚ୍ଚ ଲକ୍ଷ୍ୟ ରଖିବା ସହିତ ଚଳିତ ବର୍ଷରେ ନିଜ ପ୍ରଦର୍ଶନକୁ ନିଜେ ଅତିକ୍ରମ କରିବା ପାଇଁ ଅଧିକ ସଂକଳ୍ପ ଓ ପ୍ରୟାସ ସହ କାମ କରିବା ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ନାଏକ ମତ ପ୍ରକାଶ କରିଥିଲେ। ସମୟର ଉପଯୁକ୍ତ ବ୍ୟବହାର ଏବଂ ବିଭାଗୀୟ କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ଯେ  ବର୍ଷା ଦିନ ପୂର୍ବରୁ ଟେଣ୍ଡର ପ୍ରକ୍ରିୟା ଶେଷ କରାଯାଉ , ଯେପରି ବର୍ଷା ଛାଡ଼ିବା ମାତ୍ରେ କାମ ଦ୍ରୁତ ଗତିରେ ଆରମ୍ଭ ହୋଇପାରିବ।

    ଏହି ବୈଠକରେ 'ମିଶନ ପାୱାର' ମାଧ୍ୟମରେ ଅପହଞ୍ଚ ଗାଁଗୁଡିକୁ ପକ୍କା ରାସ୍ତାରେ ଯୋଡ଼ିବା ପାଇଁ ଆଲୋଚନା ମଧ୍ୟ କରାଯାଇଛି। କେଉଁ ଜିଲ୍ଲାରେ କେତେ 'ଅନକନେକ୍ଟେଡ୍ ହାବିଟେସନ୍ସ' ରହିଛି ତାହାର ସବିସ୍ତୃତ ସମୀକ୍ଷା କରାଯାଇଛି ଏବଂ ଲକ୍ଷ୍ୟ ହାସଲ ପାଇଁ ସମୟସୀମା ମଧ୍ୟ ନିର୍ଦ୍ଧାରିତ କରାଯାଇଛି। ଆଗାମୀ ମାସଗୁଡ଼ିକରେ ସଂଯୋଗ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଧ୍ୟାନ ଦେବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

    ଏହା ସହିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଓ ଅନ୍ୟାନ୍ୟ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା ହୋଇଛି। ଆବଶ୍ୟକତାମୂଳକ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରିବା ସହ ଉନ୍ନୟନର ଲାଭ ସମସ୍ତ ଅଞ୍ଚଳରେ ସମାନ ଭାବରେ ପହଞ୍ଚିବା ସୁନିଶ୍ଚିତ କରିବାକୁ ମାନ୍ୟବର ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

    ବୈଠକରେ ରାଜ୍ୟର ଗ୍ରାମାଞ୍ଚଳ ରାସ୍ତାଗୁଡ଼ିକର ରକ୍ଷଣାବେକ୍ଷଣ ଯୋଜନା ଉପରେ ସମୀକ୍ଷା କରାଯାଇଥିଲା। ଏହି ଅବସରରେ ମାନ୍ୟବର ମନ୍ତ୍ରୀ କହିଥିଲେ ଯେ, ନୂତନ ରାସ୍ତା ନିର୍ମାଣ ଭଳି ପୁରୁଣା ରାସ୍ତାର ମରାମତି ଓ ସୁଦୃଢ଼ିକରଣ ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ। ଉନ୍ନତ ଭିତ୍ତିଭୂମି ହିଁ ସରକାରଙ୍କ ପ୍ରତି ଜନସାଧାରଣଙ୍କ ବିଶ୍ୱାସକୁ ମଜବୁତ କରିଥାଏ।

    ବୈଠକରେ ସ୍ବତନ୍ତ୍ର ଶାସନ ସଚିବ ଶ୍ରୀ ସର୍ବେଶ୍ଵର ସିଂହ ଏବଂ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଗଣ ଉପସ୍ଥିତିରେ ରାଜ୍ୟର ସମସ୍ତ ସର୍କଲ ଏବଂ ଡିଭିଜନ ହେଡ ନିଜ ନିଜ ଅଞ୍ଚଳର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ବୈଠକ ବିଭାଗୀୟ ପ୍ରକ୍ରିୟା ଏବଂ ଉନ୍ନତ କାର୍ଯ୍ୟ କୌଶଳ ସମ୍ପର୍କରେ ଜ୍ଞାନ ଓ ଧାରଣା ବିନିମୟ ପାଇଁ ଏକ ମଞ୍ଚ ପ୍ରଦାନ କରିଥିଲା।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook