Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନିର୍ମାଣ ସାମଗ୍ରୀର ମୂଲ୍ୟ ନିର୍ଦ୍ଧାରଣ ନେଇ ପୂର୍ତ୍ତ ମନ୍ତ୍ରୀଙ୍କ ସମୀକ୍ଷା

    Share on :
    ajab-Image
    Date: Mar 7, 2026    Views: 2463

    ଭୁବନେଶ୍ୱର: ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଗୁଣଯୁକ୍ତ ସାମଗ୍ରୀ ବ୍ୟବହାର ନିର୍ମାଣର ସ୍ଥାୟିତ୍ୱକୁ ବୃଦ୍ଧି କରିଥାଏ । ଅନ୍ୟ ପକ୍ଷରେ ବିଭିନ୍ନ ନିର୍ମାଣ ସାମଗ୍ରୀର ସଠିକ୍‌ ମୂଲ୍ୟ ନିର୍ଦ୍ଧାରଣ କାର୍ଯ୍ୟର ସ୍ୱଚ୍ଛତା ଏବଂ କାର୍ଯ୍ୟ ପ୍ରକ୍ରିୟାକୁ ଅଧିକ ତ୍ୱରିତ ଗତିରେ ଆଗେଇ ନେବାରେ ସାହାଯ୍ୟ କରିଥାଏ । ଏହାକୁ ଦୃଷ୍ଟିରେ ରଖି ମାନ୍ୟବର ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ନିର୍ମାଣ ସାମଗ୍ରୀର ମୂଲ୍ୟ ନିର୍ଦ୍ଧାରଣ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । 
     ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ସରକାର, ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଏବଂ ବିଭିନ୍ନ ରାଜ୍ୟରେ ଲାଗୁ ହୋଇଥିବା ନିର୍ମାଣ ସାମଗ୍ରୀର ମୂଲ୍ୟକୁ ତର୍ଜମା କରି ରାଜ୍ୟରେ କିଭଳି ନିର୍ମାଣ ସାମଗ୍ରୀର ସର୍ବଶ୍ରେଷ୍ଠ ମୂଲ୍ୟ ନିର୍ଦ୍ଧାରଣ କରି ହେବ ସେଥିନେଇ ଆଲୋଚନା ହୋଇଥିଲା । ପରିବହନ ଖର୍ଚ୍ଚକୁ ହିସାବକୁ ନେଇ ବାଲି, ଗୋଡ଼ି, ଇଟାଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଇନ୍‌ଡୋର ଏବଂ ଆଉଟ୍‌ଡୋର ସାମଗ୍ରୀ, ବୈଦ୍ୟୁତିକ ସାମଗ୍ରୀ, ପ୍ରି-ଫେବ୍ରିକେଟେଡ୍‌ ସାମଗ୍ରୀ, କୋଠାବାଡ଼ିରେ ବ୍ୟବହୃତ ସାମଗ୍ରୀର ସଠିକ୍‌ ମୂଲ୍ୟ ନିର୍ଦ୍ଧାରଣ ନେଇ ଆଲୋଚନା ହୋଇଥିଲା । 

    ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ନିର୍ମାଣ ସାମଗ୍ରୀର ଗୁରୁତ୍ୱ ଓ ଆବଶ୍ୟକତାକୁ ଉପଲବ୍ଧି କରି ମୂଲ୍ୟ ନିର୍ଦ୍ଧାରଣ ପ୍ରକ୍ରିୟା ଶୀଘ୍ର ସମାପ୍ତି ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱାରୋପ କରିଥିଲେ । 

    ଏହି ବୈଠକରେ ଇଆଇସି-ତଥା-ସ୍ୱତନ୍ତ୍ର ଶାସନ ସଚିବ ଇଂ ଲକ୍ଷ୍ମୀକାନ୍ତ ପାଢ଼ୀ, ଇଆଇସି (ଡିଜାଇନ) ଇଂ ସମୀର ହୋତା, ଇଆଇସି (ସିଭିଲ୍‌) ଇଂ ସତ୍ୟବ୍ରତ ବେହେରା, ଇଆଇସି (ରୋଡ୍‌ସ) ଇଂ ଧ୍ୟାନଚାନ୍ଦ ନାୟକ, ମୁଖ୍ୟଯନ୍ତ୍ରୀ ଇଂ ପ୍ରିୟବ୍ରତ ସାମନ୍ତରାୟ ଏବଂ ଇଂ ଶିବବ୍ରତ ତରିଆ, ଅର୍ଥ ପରାମର୍ଶଦାତା ଶ୍ରୀ ରତୀକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook