Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଏବେ ମହଙ୍ଗା ହେବ ଔଷଧ

    Share on :
    ajab-Image
    Date: Mar 27, 2026    Views: 3101

    ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧର ପ୍ରଭାବ ଭାରତରେ ତେଲ, ଗ୍ୟାସ୍ ଓ ଖାଦ୍ୟ-ପାନୀୟ ସାମଗ୍ରୀ ଉପରେ ପଡିଛି । ଯାହାଫଳରେ ଏସବୁ ମହଙ୍ଗା ହେବାରେ ଲାଗିଛି । ଏବେ ଔଷଧ ଉପରେ ଯୁଦ୍ଧର ପ୍ରଭାବ ପଡିବା ଆରମ୍ଭ କଲାଣି । ଅର୍ଥାତ ଔଷଧର ଦାମ ମଧ୍ୟ ବଢ଼ିବ । ସରକାର ମଧ୍ୟ ଔଷଧର ଦାମ ପ୍ରାୟ ୦.୬୫ ପ୍ରତିଶତ ପର୍ୟ୍ୟନ୍ତ ବୃଦ୍ଧି କରିବାକୁ ଅନୁମତି ଦେଇସାରିଛନ୍ତି । ୨୦୨୫ର ହୋଲସେଲ ପ୍ରାଇସ ଇଣ୍ଡେକ୍ସ (ଡବ୍ଲ୍ୟୁପିଆଇ) ଅନୁସାରେ ଔଷଧର ନୂଆ ଦର ଧାର୍ୟ୍ୟ କରାଯିବ । ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି (ଏନ୍ପିପିଏ) ପକ୍ଷରୁ ଏହି ଆଦେଶ ଜାରି କରାଯାଇଛି ।
    ରିପୋର୍ଟ ଅନୁସାରେ ରାଜଧାନୀ ଦିଲ୍ଲୀର ବଡ଼ବଡ଼ ହୋଲସେଲରଙ୍କ ପାଖରେ ଏକ ତାଲିକା ଆସି ପହଞ୍ଚିଛି । ସେଥିରେ କେତେକ ଔଷଧର ମୂଲ୍ୟ ୪ ପ୍ରତିଶତରୁ ୧୭୫ ପ୍ରତିଶତ ପର୍ୟ୍ୟନ୍ତ ବୃଦ୍ଧି କରିବାର ସମ୍ଭାବନା ରହିଛି । ଔଷଧ ପ୍ରସ୍ତୁତିରେ ଆବଶ୍ୟକ ହେଉଥିବା କଞ୍ଚାମାଲର ମୂଲ୍ୟ ବୃଦ୍ଧି ଯୋଗୁ ଔଷଧର ଦାମ ବଢ଼ିବାକୁ ଯାଉଛି । ଭାରତ ମେଡିକାଲ ଉପକରଣ, ଯନ୍ତ୍ରାଂଶ, ଫାର୍ମା ସେକ୍ଟର ପାଇଁ କଞ୍ଚାମାଲ, ଆକ୍ଟିଭ ଇନ୍ଗ୍ରେଡିଏଣ୍ଟସ୍, ପ୍ଲାଷ୍ଟିକ୍ ଓ ଇଣ୍ଟରମିଡିଏଟ କେମିକାଲ ଭଳି ସ୍ପେଶାଲ କମ୍ପୋନେଣ୍ଟର ଏକ ସିଂହଭାଗ ବିଦେଶରୁ ଆଣିଥାଏ । ଯୁଦ୍ଧ ଯୋଗୁ ଏସବୁ ସାମଗ୍ରୀ ଆସିପାରୁନାହିଁ । ସେପଟେ ତେଲ ସଙ୍କଟ ଯୋଗୁ ମାଲ ପରିବହନରେ ଖର୍ଚ୍ଚ ମଧ୍ୟ ଅଧିକ ଲାଗୁଛି । ମାଲ ପରିବହନ ଖର୍ଚ୍ଚ ବଢ଼ିବା ଯୋଗୁ ସ୍ୱାସ୍ଥ୍ୟକ୍ଷେତ୍ର ସହ ଜଡିତ କମ୍ପାନି ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି ।

    ସିରିଞ୍ଜ, ମେଡିକାଲ ଗ୍ଲୋଭ୍ସ, କ୍ୟାଥେଟର ଓ ଅନ୍ୟ ମେଡିକାଲ ସାମଗ୍ରୀ ପ୍ରସ୍ତୁତ କରୁଥିବା କମ୍ପାନିମାନେ ପୂର୍ବରୁ ବି ଅଧିକ ଡେଲିଭରି ଟାଇମକୁ ନେଇ ଚିନ୍ତାରେ ଅଛନ୍ତି । ଏବେ ମାଲ ପରିବହନ ଖର୍ଚ୍ଚ ବଢ଼ିବାରୁ ସେମାନେ ଏହି ଅର୍ଥ ସାଧାରଣ ଲୋକଙ୍କ ଠାରୁ ଆଦାୟ କରିବେ । ଯାହାଫଳରେ ଏହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ପକେଟ ଉପରେ ପଡିବ । ସେଥିପାଇଁ ହସ୍ପିଟାଲରେ ଭର୍ତ୍ତି ହେବାଠାରୁ ଔଷଧ କିଣିବା ପର୍ୟ୍ୟନ୍ତ ସବୁଠାରେ ଅଧିକ ଖର୍ଚ୍ଚ ପଡିବ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook