Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର, ଜାଣନ୍ତୁ କ’ଣ

    Share on :
    ajab-Image
    Date: Nov 24, 2021    Views: 3152

    ଭୁବନେଶ୍ୱର: ଏମବିବିଏସ/ବିଡିଏସ୍ ଓ ପାରାମେଡିକାଲ ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହେବ । କୋଭିଡ ନିୟମାବଳୀର କଡ଼ାକଡ଼ି ପାଳନ କରାଯାଇ ପାଠପଢ଼ା ଆରମ୍ଭ କରିବାକୁ ଡିଏମଇଟିଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା । ମାତ୍ର ନିର୍ଦ୍ଧିଷ୍ଟଭାବେ କେବେ ପାଠପଢ଼ା ଆରମ୍ଭ ହେବ ତାହା ସ୍ପଷ୍ଟ ହୋଇନାହିଁ । 
    ଏମବିବିଏସ ଛାତ୍ରଛାତ୍ରୀଙ୍କ ଏବେ ଅନଲାଇନରେ ପାଠପଢ଼ା ଜାରି ରହିଛି । ମାତ୍ର ଶ୍ରେଣୀଗୃହରେ ପାଠପଢ଼ା ପାଇଁ ବିଭାଗ ପକ୍ଷରୁ କେତେକ ନିୟମାବଳୀ ଜାରି କରାଯାଇଛି । ଫେସ ମାସ୍କ ପିନ୍ଧିବା ସହିତ ନିୟମିତ ହାତ ଧୋଇବା, କ୍ଲାସରୁମ୍, ଲାଇବ୍ରେରି, ଲାବୋରେଟାରିରେ ସାମାଜିକ ଦୂରତା ବଜାୟ ରଖିବା, କ୍ୟାମ୍ପସ ପରିସରରେ ଛେପ ନ ପକାଇବା, କାଶ କିମ୍ବା ଛିଙ୍କିବା ସମୟରେ ମୁହଁକୁ ଘୋଡ଼ାଇ ରଖିବା ଓ ଜରୁରୀ ପରିସ୍ଥିତି ପାଇଁ ଆଇସୋଲେସନ୍ ଗୃହ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ପାଠପଢ଼ା କେବେ ଆରମ୍ଭ ହେବା ସଂପର୍କରେ ଡିଏମଇଟି ଡା.ରମାରମଣ ମହାନ୍ତିଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ଉତ୍ତର ମିଳିନାହିଁ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook