Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ରାଜ୍ୟର ଦୁଇ ମେଡିକାଲ କଲେଜକୁ ମିଳିଲା 200 ଏମବିବିଏସ୍ ସିଟ୍; ଚଳିତ ବର୍ଷରୁ ପାଠ ପଢ଼ା

    Share on :
    ajab-Image
    Date: Sep 3, 2025    Views: 3489

    ଭୁବନେଶ୍ୱର: ସ୍ୱାସ୍ଥ୍ୟ ଆଉ ଶିକ୍ଷା କ୍ଷତ୍ରରେ ଆଉ ଏକ ପାଦ ଆଗକୁ ବଢିଛି ଓଡିଶା । ବର୍ତ୍ତମାନ ସମମୟରେ ମେଡିକାଲ ପାଠ ପଢ଼ା ଅଧିକ ଚାହିଦା ରହିଥିବା ବେଳେ ରାଜ୍ୟର ଦୁଇ ନୂଆ ମେଡିକାଲ କଲେଜକୁ ଚଳିତ ବର୍ଷ ପାଠ ପଢା ପାଇଁ ଅନୁମୋଦନ ମିଳିଛି । ଜାତୀୟ ମେଡିକାଲ କମିଶନ୍ ଦ୍ଵାରା ଓଡିଶାରେ 200 ଏମବିବିଏସ୍ ସିଟକୁ ଅନୁମୋଦିତ କରାଯାଇଛି । ସ୍ବାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଏହା ଆଉ ଏକ ମାଇଲଖୁଣ୍ଟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।Pabitra Mohan Pradhan Government Medical College, Talcher ଫୁଲବାଣୀ ସରକାରୀ ମେଡିକାଲ କଲେଜ ଓ ତାଳଚେର ପବିତ୍ର ମୋହନ ପ୍ରଧାନ ସରକାରୀ ମେଡିକାଲ କଲେଜ । ଏହି ଦୁଇ କଲେଜକୁ MBBS ପାଇଁ ୧୦୦ ଲେଖାଏଁ ଅର୍ତାଥା 200 ଆସନକୁ ଅନୁମୋଦିତ କରାଯାଇଛି । ଜାତୀୟ ମେଡିକାଲ କମିଶନ ଏହାକୁ ମଞ୍ଜୁରୀ ଦେଇଛନ୍ତି ।ଜାତୀୟ ମେଡିକାଲ କମିଶନ୍ ଦ୍ଵାରା ଏହି ମଞ୍ଜୁରୀକୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି, "ସ୍ବାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଆଉ ଏକ ମାଇଲ ଖୁଣ୍ଟ କରି ପାରିଛି । ଗୋଟିଏ ବର୍ଷରେ ୨୦୦ ଅଧିକ ଓଡ଼ିଆ ଛାତ୍ର ଛାତ୍ରୀ ଚଳିତ ଶିକ୍ଷା ବର୍ଷ ଠାରୁ ଡାକ୍ତରୀ ଶିକ୍ଷା ଗ୍ରହଣ କରି ପାରିବେ ।"


    "ଫୁଲବାଣୀ ସରକାରୀ ମେଡିକାଲ କଲେଜ ଓ ତାଳଚେର ପବିତ୍ର ମୋହନ ପ୍ରଧାନ ସରକାରୀ ମେଡିକାଲ କଲେଜକୁ MBBS ପାଇଁ ୧୦୦ ଲେଖାଏଁ ଆସନ ଜାତୀୟ ମେଡିକାଲ କମିଶନ୍ ଦ୍ଵାରା ଅନୁମୋଦିତ କରାଯାଇଛି । ଚଳିତ ୨୦୨୫-୨୬ ଶିକ୍ଷା ବର୍ଷରୁ ପାଠ ପଢା ଆରମ୍ଭ ହେବ। ଏହି ମଞ୍ଜୁରୀ କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଆଉ ଏକ ମାଇଲ ଖୁଣ୍ଟ କରି ପାରିଛି ବୋଲି କହିଛନ୍ତି," ବୋଲି ସୂଚନା ଏବଂ ଜନସଂପର୍କ ବିଭାଗ ପକ୍ଷରୁ ସୋସିଆଲ ମିଡିଆ 'ଏକ୍ସ'ରେ ଲେଖାଯାଇଛି ।

    Maximum 500 characters

    ତାଜା ଖବର View all

    Find Us on Facebook