Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମିଡିଆ ସ୍କୁଲରେ ପଶି ବାଧା ସୃଷ୍ଟି କରୁଛନ୍ତି: ମନ୍ତ୍ରୀ

    Share on :
    ajab-Image
    Date: Jul 10, 2022    Views: 6782

    ଭୁବନେଶ୍ୱର:  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ୱେବ ମିଡିଆ ଉପରେ ଦୋଷ ଲଦିଛନ୍ତି ।  ବିଦ୍ୟାଳୟକୁ ଗଣମାଧ୍ୟମ ପ୍ରତିନିଧି କ୍ୟାମେରା ସହ ପ୍ରବେଶ କଟକଣା ଉପରେ ନିଜର ବକ୍ତବ୍ୟ ରଖି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ଅନାବଶ୍ୟକଭାବେ କିଛି ଘଟଣା ଘଟୁଛି, ବିଭାଗର ଦୋଷ ଦୁର୍ବଳତା ଜାଣୁଛୁ ।  ଦୋଷ ଦୁର୍ବଳତା ପଦାକୁ ଆଣିବାର ଅଧିକାର ଗଣମାଧ୍ୟମର ରହିଛି ।  କିନ୍ତୁ କେତେକ ସ୍ଥାନରେ ଗଣମାଧ୍ୟମର ଭୂମିକା ଆବଶ୍ୟକତା ଠାରୁ ଅଧିକ ହେଉଛି ।  ଅନେକ ୱେବ ମିଡିଆ ଆସିଲେଣି । ସେମାନେ ସ୍କୁଲରେ ପଶି ବ୍ୟାଘାତ ସୃଷ୍ଟି କରୁଛନ୍ତି । ଆମେ ଗଣମାଧ୍ୟମର ସହଯୋଗ ଲୋଡ଼ୁଛୁ ।  କିଛି ଗଣମାଧ୍ୟମ ଅନାବଶ୍ୟକଭାବେ ସ୍କୁଲରେ ପଶି ବାଧା ସୃଷ୍ଟି କରୁଛନ୍ତି । ତେବେ  ପଣିକିଆ ପଚାରି ଭିଡିଓ ଭାଇରାଲ ପିଲାଙ୍କୁ ଅପମାନିତ କରିନି କି ପ୍ରଶ୍ନକୁ ମନ୍ତ୍ରୀ ଏଡ଼ାଇଦେଇଛନ୍ତି । ଅନ୍ୟପକ୍ଷରେ ୱେବମିଡିଆକୁ ଦୋଷ ଠେଲି ମେନ ଷ୍ଟ୍ରିମ ମିଡିଆକୁ ମନ୍ତ୍ରୀ ଶ୍ରୀ ଦାସ ଧନ୍ୟବାଦ ଦେଇଛନ୍ତି । 

    ଅନ୍ୟପକ୍ଷରେ ସ୍କୁଲ କ୍ୟାମ୍ପସକୁ ଗଣମାଧ୍ୟମକୁ ମନା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ ରୋକ ଲଗାଇବା ଠିକ ନୁହେଁ । ଦୁର୍ନୀତିକୁ ଚାପିବା ପାଇଁ ଗଣମାଧ୍ୟମ ଉପରେ କଟକଣା ଲଗାଯାଉଛି ।  ପ୍ରଥମେ ଏସସିବି ମେଡିକାଲ, ପରେ ସଚିବାଳୟ ଓ ବିଧାନସଭାକୁ ମନା କଲେ  । ଏବେ ସ୍କୁଲକୁ ମନା କରୁଛନ୍ତି । ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ନିନ୍ଦନୀୟ ବୋଲି ସୁର କହିଛନ୍ତି । 

     ପ୍ରକାଶ ଯେ ବିନା ଅନୁମତିରେ ସ୍କୁଲ କ୍ୟାମ୍ପସ୍‌ ଭିତରେ ପଶି ପିଲାମାନଙ୍କୁ କୌଣସି ପ୍ରଶ୍ନ ପଚାରି ପରିବେନି ଗଣମାଧ୍ୟମ ପ୍ରତିନିଧି। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଳକ୍‌ ଶିକ୍ଷାଧିକାରୀ ଏନେଇ ବ୍ଲକରେ ଥିବା ସବୁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଚିଠି କରିଛନ୍ତି।

    ଚିଠିରେ ବିଇଓ ସ୍ପଷ୍ଟ କରିଛନ୍ତି ଯେ ସ୍କୁଲ ପରିସର ମଧ୍ୟକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁମତି ଦିଆନଯାଉ। ଯଦି କୌଣସି ଗଣମାଧ୍ୟମ ପ୍ରତିନିଧି କିମ୍ବା କ୍ୟାମେରାମେନ ଅନୁମତି ବିନା ସ୍କୁଲରେ ପଶନ୍ତି, ତାହାହେଲେ ପ୍ରଧାନ ଶିକ୍ଷକ ତୁରନ୍ତ ସେମାନଙ୍କ ନାଁରେ ଥାନାରେ ଏତଲା ଦିଅନ୍ତୁ। ଏଥିରେ ଯଦି ପ୍ରଧାନଶିକ୍ଷକ ବା ଶିକ୍ଷକ ଅବହେଳା କରନ୍ତି, ତେବେ ସେମାନଙ୍କ ନାଁରେ ଏତଲା ଦିଆଯିବ ବୋଲି ଚିଠିରେ ସ୍ପଷ୍ଟ କରିଛନ୍ତି ବିଇଓ।
    କିଛିଦିନ ତଳେ ପରଜଙ୍ଗ ବ୍ଲକ୍‌ ଜୟପୁରାକାଟେଣୀ ଗାଁରେ ଥିବା ଜୟପୁରାକାଟେଣୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ସପ୍ତମ ଓ ଷଷ୍ଠ ଶ୍ରେଣୀର ପିଲାମାନଙ୍କୁ ଓଡ଼ିଆ ଭାଷାରେ କେତୋଟି ଅକ୍ଷର ଅଛି ବୋଲି ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇପାରିନଥିଲେ। ଏପରିକି ପିଲାମାନେ ନିଜ ନାଁ ଇଂରାଜିରେ ଲେଖିପାରୁନଥିଲେ। କେବଳ ପିଲା ନୁହେଁ, ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଶିକ୍ଷକ ମଧ୍ୟ ଭୁଲ୍‌ଭାଲ ଉତ୍ତର ଦେଇଥିଲେ।

    ଏନେଇ ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଖବର ପ୍ରକାଶ ପାଇବା ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମାଲୋଚନାରେ ଶିକାର ହୋଇଥିଲେ। ମନ୍ତ୍ରୀ ସ୍କଲରୁ ସ୍କୁଲ ବୁଲୁଛନ୍ତି କେବେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ସୁଧୁରିବ ବୋଲି ସୋଶାଲ ମିଡିଆ ୟୁଜର୍ସମାନେ ପ୍ରଶ୍ନ କରିଚାଲିଥିଲେ। ଏଥିରୁ ବର୍ତ୍ତିବା ପାଇଁ ହୁଏତ କଙ୍କଡ଼ାହାଡ ବ୍ଲକ ପ୍ରଶାସନ ଏପରି ଚିଠି କରିଥିବା ଆଲୋଚନା ହେଉଛି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook