Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମେଧା ପାଟକର ଗିରଫ

    Share on :
    ajab-Image
    Date: Apr 25, 2025    Views: 3843

    ନୂଆଦିଲ୍ଲୀ: ନର୍ମଦା ବଚାଓ ଆନ୍ଦୋଳନର ନେତ୍ରୀ ତଥା ସାମାଜିକ କର୍ମୀ ମେଧା ପାଟକର ଗିରଫ । ନିଜାମୁଦ୍ଦିନରୁ ତାଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । କୋର୍ଟ ମେଧା ପାଟକରଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ । ଆଜି ଅପରାହ୍ନରେ ତାଙ୍କୁ ସାକେତ କୋର୍ଟରେ ହାଜର କରାଯିବ। 
    ଫୌଜଦାରୀ ମାନହାନି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ପରେ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୨୦୦୧ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସକ୍ସେନାଙ୍କ ଦ୍ୱାରା ଦାୟର କରାଯାଇଥିବା ମାମାଲାରେ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ସାକେତ କୋର୍ଟର ଅତିରିକ୍ତ ସେସନ୍ସ ଜଜ୍ ବିଶାଲ ସିଂହ କହିଥିଲେ ଯେ ମେଧା ପାଟକର କୋର୍ଟରେ ହାଜର ହୋଇ ନଥିଲେ । ଜାଣିଶୁଣି ସେ ଦଣ୍ଡ ସମ୍ବନ୍ଧୀୟ ଆଦେଶ ପାଳନ କରି ନଥିଲେ। 
    ବିଚାରପତି କହିଛନ୍ତି ଯେ ପାଟେକରଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ ଭାବରେ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିବା । ଆଉ ଏହି ଅବମାନନା ଅଭିଯୋଗରେ ତାଙ୍କ ଉପରେ ଆକ୍ସନ ନିଆଯାଇଛି ।  କୋର୍ଟ ନିର୍ଦ୍ଦେଶରେ କହିଛନ୍ତି ଯେ, ପରବର୍ତ୍ତୀ ତାରିଖ ପାଇଁ ଦିଲ୍ଲୀ ପୋଲିସ କମିଶନରଙ୍କ କାର୍ୟ୍ୟାଳୟ ମାଧ୍ୟମରେ ଦୋଷୀ ମେଧା ପାଟକରଙ୍କ ବିରୋଧରେ ଏକ ଜାମିନବିହୀନ ୱାରେଣ୍ଟ ଜାରି କରାଯିବା ଉଚିତ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୩ରେ ହେବ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଯଦି ପାଟକର ପରବର୍ତ୍ତୀ ଶୁଣାଣିରେ ଦଣ୍ଡାଦେଶ ପାଳନ ନ କରନ୍ତି, ତେବେ କୋର୍ଟକୁ ପୂର୍ବରୁ ଦିଆଯାଇଥିବା 'ନରମ ଦଣ୍ଡାଦେଶ'ର ପୁନର୍ବିଚାର କରିବାକୁ ପଡିବା ସହ ଦଣ୍ଡାଦେଶରେ ପରିବର୍ତ୍ତନ କରାଯିବ  ମେଧା ପାଟକର ଗତବର୍ଷ ମାଜିଷ୍ଟ୍ରେଟ୍ କୋର୍ଟ ଦେଇଥିବା ଦଣ୍ଡାଦେଶ ବିରୋଧରେ ଆବେଦନ କରିଥିଲେ। ଆବେଦନରେ ତାଙ୍କୁ ଜାମିନ ଦିଆଯାଇଥିଲା ।  ତାଙ୍କର ପାଞ୍ଚ ମାସ ଜେଲଦଣ୍ଡ ସହ ୧୦ ଲକ୍ଷ ଟଙ୍କା ଜରିମାନା ସ୍ଥଗିତ ରଖାଯାଇଥିଲା। ଭାରତୀୟ ଦଣ୍ଡ ସଂହିତାର ଧାରା ୫୦୦ (ଫୌଜଦାରୀ ମାନହାନି) ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା।ବିନୟ କୁମାର ସକ୍ସେନା ୨୦୦୧ ମସିହାରେ ଏହି ମାମଲା ଦାୟର କରିଥିଲେ । ଯେତେବେଳେ ସେ ଅହମ୍ମଦାବାଦର ଏନଜିଓ 'ନ୍ୟାସନାଲ୍ କାଉନସିଲ୍ ଫର୍ ସିଭିଲ୍ ଲିବର୍ଟିଜ୍'ର ମୁଖ୍ୟ ଥିଲେ। ସକ୍ସେନା କହିଥିଲେ ଯେ ମେଧା ପାଟକର ୨୫ ନଭେମ୍ବର ୨୦୦୦ରେ ଜାରି ଏକ ପ୍ରେସ୍ ନୋଟରେ ତାଙ୍କୁ ଜଣେ କାପୁରୁଷ ଏବଂ ଦେଶ ବିରୋଧୀ ବୋଲି କହିଥିଲେ ଏବଂ ହାୱାଲା କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗ କରିଥିଲେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook