ମୁଖ୍ୟ ଖବର
କଟକ: ମାଟ୍ରିକ୍ର ପ୍ରଥମ ପର୍ୟ୍ୟାୟ କୁହାଯାଉଥିବା ସମେଟିଭ୍ ଆସେସ୍ମେଣ୍ଟ୍ (ଏସ୍ଏ-୧)ର ବୁଧବାର ପ୍ରଥମ ଦିନର ପରୀକ୍ଷା ଶାନ୍ତିଶୃଙ୍ଖଳାର ଶେଷ ହୋଇଛି । ଇଂଲିଶ ପ୍ରଶ୍ନପତ୍ର ସହଜ ଥିବାରୁ ପରୀକ୍ଷାର୍ଥୀମାନେ ଭଲ ମାର୍କ ପାଇବା ନେଇ ଆଶାବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷରେ ପ୍ରଥମ ଦିନର ପରୀକ୍ଷାରେ ୧୫ ଜଣ ପରୀକ୍ଷାର୍ଥୀ କପି କରିବା ସମୟରେ ସ୍କ୍ୱାଡ୍ ହାତରେ ଧରାପଡ଼ି ଏମ୍ପି ହୋଇଛନ୍ତି ।
ମିଳିଥିବା ଏହି ତଥ୍ୟ ଅନୁସାରେ ପ୍ରଥମ ଦିନ ପରୀକ୍ଷାରେ ୧୫ଟି ଜିଲ୍ଲାରେ ୬ ହଜାର ୫ଶହରୁ ଅଧିକ ପରୀକ୍ଷାର୍ଥୀ ଅନୁପସ୍ଥିତ ଅଛନ୍ତି । ନବରଙ୍ଗପୁରରେ ସର୍ବାଧିକ ୯୩୯ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବାବେଳେ ଯାଜପୁରରେ ୭୪୦ ଏବଂ ନୂଆପଡ଼ାରେ ୭୩୦ ପରୀକ୍ଷାର୍ଥୀ ଅନୁପସ୍ଥିତ ଅଛନ୍ତି । ଆସନ୍ତା ଶୁକ୍ରବାର ଗଣିତ ପରୀକ୍ଷା ରହିଛି । ଗଣିତ ପରୀକ୍ଷା ସକାଳ ୧୦ଟାରୁ ୧୨ଟା ୧୫ ପର୍ୟ୍ୟନ୍ତ ଚାଲିବ । ଏହି ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ୧୫ ମିନିଟ୍ ସମୟ ଦିଆଯାଇଛି ।
Comments ସମସ୍ତ ମତାମତ